Below header

ପକ୍କା ରାସ୍ତା ଖଣ୍ଡେ ପାଇଁ ହନ୍ତସନ୍ତ ବେହେରେନସିଲେଟ ଗ୍ରାମବାସୀ: କାମ ଶୂନ, ଖାଲି ମିଳୁଛି ପ୍ରତିଶୃତି

କଂଟାବାଞ୍ଜି: ସରକାର ପ୍ରତ୍ୟକ ଗାଁକୁ ପକ୍କାରାସ୍ତା ନିର୍ମାଣ କରିବାକୁ କରୁଛନ୍ତି ଅନେକ ଯୋଜନା ହେଲେ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ଅନେକ ଗାଁକୁ ଏଯାଏଁ ନିର୍ମାଣ ହେଇପାରୁନାହିଁ ପକ୍କାରାସ୍ତା ଖଣ୍ଡେ । ରାସ୍ତା ନିର୍ମାଣ ପାଇଁ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଫଳାଫଳ ଶୂନ । ଏଭଳି ଏକ ଗାଁ ହେଉଛି ତୁରେକେଲା ବ୍ଲକ ଚଟୁଅନକା ପଂଚାୟତ ବେହେରେନସିଲେଟ ।

କଂଟାବାଞ୍ଜି ସହର ରୁ ମାତ୍ର ୩ କି.ମି ଦୂର ଏହି ବେହେରେନସିଲେଟ ଗାଁ । ଗାଁକୁ ଆଜି ପର୍ଯ୍ୟନ୍ତ ପକ୍କା ରାସ୍ତା ଟିକେ ନାହିଁ । ଗ୍ରାମବାସୀ ରାସ୍ତା ପାଇଁ ବହୁତ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ରାସ୍ତା ନ ଥିବାରୁ ଯୋଗୁ ଅନେକ ସମୟରେ ଗାଁକୁ ଜରୁରୀ ସମୟରେ ଆମ୍ବୁଲାନ୍ସ ଯିବାକୁ ମନା କରିଦେଉଥିବା ଗାଁ ଲୋକ ଅଭିଯୋଗ କରିଛନ୍ତି । ଖାଲ ଖମା ରାସ୍ତା ଯୋଗୁ ଅନେକ ସମୟରେ ଛୋଟବଡ ଦୁର୍ଘଟଣା ଘଟୁଥିବା ମଧ୍ଯ ଦେଖାଯାଏ । ବିଶେଷକରି ଗର୍ଭବତୀ ମହିଳା ମାନେ ଏହି ରାସ୍ତା ଦେଇ କଂଟାବାଞ୍ଜି ଡାକ୍ତରଖାନା ଚିକିତ୍ସା ପାଇ ଆସିବାକୁ ହେଲେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ରାସ୍ତା ନିର୍ମାଣ ପାଇଁ ଗାଁ ଲୋକେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ନିର୍ବାଚନ ସମୟରେ ନେତା ମନ୍ତ୍ରୀମାନେ ଗାଁକୁ ଆସି ରାସ୍ତା କରାଯିବ ବୋଲି ପ୍ରତିଶୃତି ଦିଅନ୍ତି,ହେଲେ ନିର୍ବାଚନ ଶେଷ ପରେ ଗାଁର ରସ୍ତା ନିର୍ମାଣ କଥା ଦୁର ଆଉ ସେଗାଁକୁ କାହାର ପାଦ ପଡେ ନାହିଁ ।

roadଭାରତ ସ୍ୱାଧିନତାର ଏତେ ବର୍ଷ ବିତି ଯାଇଥିଲେ ସୁଦ୍ଧା ଗାଁ କୁ ଯିବାକୁ ଭଲ ରାସ୍ତା ନାହିଁ । ଏକ ପ୍ରକାର କହିଲେ ମୌଳିକ ସୁବିଧାରୁ ବଂଚିତ ଏହି ଗାଁ ଲୋକେ। ଗାଁକୁ ଭଲ ରାସ୍ତା ଦାବି ନେଇ ସ୍ୱେଚ୍ଛାସେବି ରୋହନ ମହତ ଏକ ଦାବିପତ୍ର ଜରିଆରେ ଗାଁ ଲୋକଙ୍କ ସମସ୍ଯା ପ୍ରଶାସନକୁ ଜଣାଇଥିଲେ । ଦାବି ପୁରଣ ନହେଲେ ଆନ୍ଦୋଳନର ଚେତାବନି ମଧ୍ୟ ଦେଇଥିଲେ । ହେଲେ ଦାବି ପୁରଣ ନହେବା ଯୋଗୁ ସେ ଜାନୁଆରି ୨୧ ତାରିଖ ରୁ ୨୮ ତାରିଖ ପର୍ଯ୍ୟନ୍ତ କଂଟାବାଞ୍ଜି ତହସିଲ ଅଫିସ ସମ୍ମୁଖରେ ଆମରଣ ଅନଶନରେ ବସିଥିଲେ । ଏହି ଅନଶନକୁ ଗାଁ ଲୋକ ମଧ୍ୟ ସମର୍ଥନ କରି ଆନ୍ଦୋଳନରେ ସାମିଲ ହୋଇଥିଲେ । ତେବେ ସେହି ସମୟରେ ଗାଁକୁ ରାସ୍ତା ହେଇଯିବ ବୋଲି ପ୍ରଶାସନ ପ୍ରତିଶୃତି ଦେଇଥିଲେ । ହେଲେ ପ୍ରଶାସନ ରାସ୍ତା ଉପରେ ମୋରମ ମାଟି ପକେଇ ନିଜ କାମ ସାରିଦେଇଥିଲେ ।

road rallyତେବେ ଆନ୍ଦୋଳନକୁ ଆଜି ୯ ମାସ ବିତି ଯାଇଥିଲେ ସୁଦ୍ଧା ଗାଁ କୁ ରାସ୍ତା ନିର୍ମାଣ ପାଇଁ ପ୍ରଶାସନ କୌଣସି କାମ କରୁନାହିଁ । ତେବେ ଅନ୍ଯପଟେ ଗାଁ କୁ ରାସ୍ତା ନଥିବା ବିଷୟରେ ଅବଗତ ଥିବା ସହିତ, କିଭଳି ଶୀଘ୍ର ଗାଁ କୁ ରସ୍ତା ନିର୍ମାଣ ହେବ ତାହା ଉପରେ ପଦକ୍ଷେପ ନେବେ ବୋଲି ବିଡିଓ କହିଛନ୍ତି । ଏବେ ଦେଖିବାକୁ ବାକି ରହିଲା ଗାଁକୁ କେବେ ପିଚୁରସ୍ତା ନିର୍ମାଣ ହେଉଛି ଓ ବେହେରେନସିଲେଟ ଗ୍ରାମବାସୀ କେବେ ନିଜର ମୌଳିକ ସୁବିଧା ପାଉଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.