Below header

ଗାଈ ଗୋବରରେ ତିଆରି ହେଉଛି ରାକ୍ଷୀ, ବିଦେଶରୁ ଆସୁଛି ହଜାର ହଜାର ସଂଖ୍ୟକ ଅର୍ଡର

ଆସନ୍ତା କାଲି ରାକ୍ଷୀ ପର୍ବ ଥିବା ବେଳେ ବଜାର ମାନଙ୍କରେ ଏକ ପ୍ରକାର ଚମକ ଦେଖାଦେଇଛି । ଭଉଣୀ ମାନେ ନିଜ ନିଜ ଭାଇ ମାନଙ୍କ ପାଇଁ ଭିନ୍ନ ଭିନ୍ନ ପ୍ରକାରର ରାକ୍ଷୀ କିଣିବାରେ ଲାଗି ପଡିଛନ୍ତି । ଏମିତିରେ ବଜାରକୁ ପ୍ରତିବର୍ଷ ଭିନ୍ନ ଭିନ୍ନ ପ୍ରକାରର ରାକ୍ଷୀ ଆସିଥାଏ । ଯାହାକି ଯୁବବର୍ଗଙ୍କ ଧ୍ୟାନ ଆକର୍ଷଣ କରିଥାଏ । ଏବେ ପୁଣି ଥରେ ଆଉ ଏକ ରାକ୍ଷୀକୁ ନେଇ ଚର୍ଚ୍ଚା ଜୋର ଧରିଛି ଯାହାର ଚର୍ଚ୍ଚା ଭାରତ କାହିଁକି ବିଦେଶରେ ବି ଦେଖାଦେଇଛି । ଆମେରିକା ତଥା ମରିସସରେ ବାସ କରୁଥିବା ଭାରତୀୟ ମାନଙ୍କ ପାଇଁ ଚଳିତ ବର୍ଷର ରାକ୍ଷୀ ପୁର୍ଣିମା ନିଶ୍ଚିତ ରୂପେ କିଛିଟା ଭିନ୍ନ ହେବ । କାହିଁକିନା ସେଠିକାର ବାସିନ୍ଦା ମାନେ ଜୟପୁରରୁ ଯାଇଥିବା ଗାଈ ଗୋବରରେ ତିଆରି ରାକ୍ଷୀ ନିଜ ହାତରେ ବାନ୍ଧିବାକୁ ଯାଉଛନ୍ତି । କିଛି ମାସ ପୂର୍ବେ ଜୟପୁର ପ୍ରସ୍ତୁତ ୧୯୨ ମେଟ୍ରିକ ଟନର ଗାଈ ଗୋବରରେ ପ୍ରସ୍ତୁତ ରାକ୍ଷୀ ନିର୍ମାଣ କାମ ଆରମ୍ଭ ହୋଇଥିଲା । ଅର୍ଗାନିକ ଫାର୍ମର ପ୍ରଡ୍ୟୁସର ଆସୋସିଏସନ ଅଫ ଇଣ୍ଡିଆର ଅତୁଲ ଗୁପ୍ତାଙ୍କ କହିବା ଅନୁଯାୟୀ ଆମେରିକାରୁ ୪୦  ହଜାର ରାକ୍ଷୀର ଅର୍ଡର ଆସିଥିଲା । ଯେବେକି ମରିସସରୁ ୨୦ ହଜାର ରାକ୍ଷୀ ଟନ ପ୍ରସ୍ତୁତ କରି ପଠାଇବା ପାଇଁ ଅର୍ଡର ମିଳିଥିଲା ।

ଏହି ଆସୋସିଏସନର ମହିଳା ବିଭାଗର ରାଷ୍ଟ୍ରୀୟ ଅଧ୍ୟକ୍ଷ ସଂଗୀତା ଗୌରଙ୍କ କହିବା ମୁତାବକ, “ଚଳିତ ବର୍ଷ ଗାଈ ଗୋବରରେ ପ୍ରସ୍ତୁତ ରାକ୍ଷୀର ଚାହିଦା ଯେ କେବଳ ଭାରତରେ ଆଦୃତ ହୋଇଛି ତାହା ନୁହେଁ । ବିଦେଶରେ ବି ଏହା ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି । ଏହି ରାକ୍ଷୀ ଗୁଡିକୁ ସନରାଇଜ ଅର୍ଗାନିକରେ ଦେଶୀ ଗାଈର ଗୋବରାରେ ପ୍ରସ୍ତୁତ କରାଯାଇଛି । ଶ୍ରୀ ପିଞ୍ଜରାପୋଲ ଗୋଶାଳା ପରିସରରେ ପ୍ରସ୍ତୁତ ଏହି ସ୍ପେଶାଲ ରାକ୍ଷୀ ଭାଇଭଉଣୀଙ୍କ ମଧ୍ୟରେ ଥିବା ପବିତ୍ର ସମ୍ପର୍କର ସୂତ୍ର ଭାବେ ଉଭା ହେବ । ସେ ଏହା ମଧ୍ୟ କହିଛନ୍ତି, ” ଗାଈ ଗୋବରରେ ପ୍ରସ୍ତୁତ ଏହି ରାକ୍ଷୀ ଗୁଡ଼ିକରୁ ଯାହା କିଛି ବି ଆୟ ହେବ ସେଗୁଡିକୁ ଗାଈ ମାନଙ୍କ ବିକାଶରେ ଉପଯୋଗ କରାଯିବ” । ଏହି ପ୍ରାଚୀନ ରାକ୍ଷୀ ଗୁଡିକୁ ପ୍ରସ୍ତୁତ କରିବା ତଥା ସେଗୁଡିକୁ ବଜାରରେ ବିକ୍ରୀକରିବା ଦ୍ୱାରା କିଛି ମହିଳା ମାନେ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି । ଏହା ସହ ଲୋକେ ଚିନ ପ୍ରସ୍ତୁତ ରାକ୍ଷୀର ବ୍ୟବହାର କମ କରିବା ସହିତ ପରିବେଶକୁ ପ୍ରଦୂଷିତ କରୁଥିବା ରାକ୍ଷୀର ବ୍ୟବହାର ମଧ୍ୟ କମେଇବେ । ଏହା ସହ ହାତରେ ଗୋବରରେ ପ୍ରସ୍ତୁତ ରାକ୍ଷୀ ବାନ୍ଧିବା ଫଳରେ ବିକିରଣ ପ୍ରକ୍ରିୟା ବି ଯଥେଷ୍ଟ କମ ହେବ ।

ହାନିମେନ ଚ୍ୟାରିଟେବଲ ମିଶନ ସୋସାଇଟିର ସଚିବ ମୋନିକା ଗୁପ୍ତାଙ୍କ କହିବା ଅନୁଯାୟୀ,” ଲୋକେ ଗାଈକୁ ସମାନ କରିଥାନ୍ତି, ଏଥିପାଇଁ ଗାଈ ଗୋବର ତଥା ତା ଔଷଧୀୟ ବୀଜରୁ ରାକ୍ଷୀ ପ୍ରସ୍ତୁତ କରାଯାଇଛି” । ଗୋବରକୁ ଭଲ ଭାବରେ ଖରାରେ ଶୁଖାଯିବ । ଯାହା ଫଳରେ ଗୋବର ଗନ୍ଧ ୯୫ ପ୍ରତିଶତ ପର୍ଯ୍ୟନ୍ତ ଦୁରେଇ ଯିବ । ଏହା ସହିତ ଗାଈ ଘିଅ, ହଳଦୀ, ଧଳା ମାଟି, ଚନ୍ଦନର ବ୍ୟବହାର କରାଯାଇ ରାକ୍ଷୀ ପ୍ରସ୍ତୁତ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.