ରାସନ କାର୍ଡଧାରୀଙ୍କୁ ଏବେ ମିଳିବ ପୌଷ୍ଟିକ ତତ୍ତ୍ୱଯୁକ୍ତ ଚାଉଳ, ଉପକୃତ ହେବେ ୧୫ ହଜାର କୋଟି ଲୋକ

ସରକାର ରାସନ କାର୍ଡ ଧାରକଙ୍କ ଫାଇଦା ପାଇଁ ସମୟ ସମୟରେ ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛନ୍ତି। ଏବେ ଉତ୍ତରପ୍ରଦେଶ ସରକାର ତରଫରୁ ସାର୍ବଜନିକ ରାସନ ବିତରଣ ପ୍ରଣାଳୀରେ କିଛି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଉତ୍ତର ପ୍ରଦେଶର ଯୋଗୀ ସରକାରଙ୍କ ଅନୁଯାୟୀ, ୨୦୨୩ ଆରମ୍ଭରୁ ରାଜ୍ୟରେ ରାସନ ବିତରଣ ପ୍ରଣାଳୀ ଅଧିନରେ ସମସ୍ତ ରାସନ ଦୋକାନରେ ଫୋର୍ଟିଫାଏଡ ଅର୍ଥାତ୍‌ ପୌଷ୍ଟିକ ତତ୍ତ୍ୱ ଯୁକ୍ତ ଚାଉଳ ମିଳିବ ।

ରାସନ ଦୋକାନରେ ମିଳିବାକୁ ଥିବା ଫୋର୍ଟିଫାଏଡ ଚାଉଳ ଅଧିକ ପୁଷ୍ଟିକର ରହିଥାଏ। ଏଥିରେ ଆଇରନ, ଫଲିକ ଏସିଡ ଏବଂ ଭିଟାମିନ ବି-୧୨ ରହିଥାଏ। ସାର୍ବଜନିକ ବିତରଣ ପ୍ରଣାଳୀ ଅଧିନରେ ଉତ୍ତରପ୍ରଦେଶରେ ପାଖାପାଖି ୮୦ ହଜାର ଦୋକାନ ରହିଛି। ଏହି ଦୋକାନ ମାଧ୍ୟମରେ ୩.୫୯ କୋଟି ରାସନ କାର୍ଡଧାରୀଙ୍କୁ ଫୋର୍ଟିଫାଏଡ ଚାଉଳ ମିଳିବ। ଯାହା ୧୫ ହଜାର କୋଟି ଲୋକ କୁପୋଷଣରୁ ରକ୍ଷା କରିବାରେ ସହାୟକ ହେବ।

ସୂଚନାଯୋଗ୍ୟ, ୟୁପିରେ ସେପ୍ଟେମ୍ବର ୨୦୨୧ରୁ ମଧ୍ୟାହ୍ନ ଭୋଜନ ଏବଂ ବାଳ ବିକାଶ ଯୋଜନା ଅଧିନରେ ଫୋର୍ଟିଫାଏଡ ଚାଉଳ ଦିଆଯାଉଛି। ଜୁନ ମାସରୁ ୩୧ ଜିଲ୍ଲାରେ ରାସନ ଦୋକାନରେ ଫୋର୍ଟିଫାଏଡ ଚାଉଳ ଦିଆଯାଉଛି। ଭାରତୀୟ ଖାଦ୍ୟ ନିଗମ ତରଫରୁ ରାଜ୍ୟରେ ଚାଉଳ ମିଳୁଛି।

ଅକ୍ଟୋବରରୁ ରାଜ୍ୟରେ ଏମଏସପି ଧାନ ବିକ୍ରି ଆରମ୍ଭ ବେ। ଏଥର ସରକାରୀ କ୍ରୟ କେନ୍ଦ୍ରରୁ କିଣାଯିବା ଧାନ ଏମିତି ରାଇସ ମିଲକୁ ଦିଆଯିବ, ଯିଏକି ଫୋର୍ଟିଫାଏଡ ଚାଉଳ ପ୍ରସ୍ତୁତ କରୁଥିବ। ଧାନ ବଦଳରେ ରାଇସ ମିଲରୁ ଡିସେମ୍ବର ଶେଷ ସୁଦ୍ଧା ଫୋର୍ଟିଫାଏଡ ଚାଉଳ ମିଳିବା ଆରମ୍ଭ ହେବ। ଏହି ଆକଳନ ଅନୁଯାୟୀ ଆଗାମୀ ଜାନୁଆରୀରୁ ରାଜ୍ୟର ସମସ୍ତ ଜିଲ୍ଲାର ରାସନ ଦୋକାନ ମାଧ୍ୟମରେ ଫୋର୍ଟିଫାଏଡ ଚାଉଳ ବିତରଣ ହେବ। ସୂଚନାଯୋଗ୍ୟ, ରାଇସ ମିଲରେ ଏକ କୁଇଣ୍ଟାଲ ଧାନ ବଦଳରେ ୬୭ କିଲୋ ଚାଉଳ ଫେରାଇଥାଏ।

ଦେଶରେ ଅନେକ ମହିଳା ରକ୍ତହୀନତାର ଶିକାର ହୁଏନ୍ତି। ଏହା ଛଡା ପିଲାଙ୍କ ବୃଦ୍ଧି ମଧ୍ୟ ଠିକ୍‌ ଭାବେ ହୁଏ ନାହିଁ। ନିୟମାନୁସାରେ, ଏକ କିଲୋ ଫୋର୍ଟିଫାଏଡ ଚାଉଳରେ ୨୮ରୁ ୪୨.୫ ମିଲିଗ୍ରାମ ଆଇରନ, ୭୫ରୁ ୧୨୫ ମାଇକ୍ରୋଗ୍ରାମ ଫଲିକ ଏସିଡ ଏବଂ ୦.୭୫ରୁ ୧.୨୫ ମାଇକ୍ରୋଗ୍ରାମ ଭିଟାମିନ ବି-୧୨ ରହିଥାଏ। ଏହି ଚାଉଳ ଖାଇଲେ ମହିଳାଙ୍କର ରକ୍ତହୀନତା ଏବଂ ପିଲାଙ୍କର କୁପୋଷଣ ଦୂର ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.