କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଶନ ରେଡ୍ଡୀ ହସପିଟାଲରେ ଭର୍ତ୍ତି, ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଏମ୍ସରେ ଆଡମିଟ୍‌

କେନ୍ଦ୍ରୀୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଶନ ରେଡ୍ଡୀଙ୍କ ବିଗିଡିଗଲା ସ୍ୱାସ୍ଥ୍ୟ । ଛାତିରେ ଯନ୍ତ୍ରଣା ଯୋଗୁଁ ରାତି ଅଧରେ ହସପିଟାଲରେ ହେଲେ ଭର୍ତ୍ତି । ଏମ୍ସ ହସପିଟାଲର କାର୍ଡିଆକ୍‌ କେୟାର ୟୁନିଟରେ ଆଡମିଟ୍‌ କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଂପର୍କରେ କୌଣସି ନୂଆ ସୂଚନା ମିଳିନାହିଁ ।

କେନ୍ଦ୍ରୀୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଶନ ରେଡ୍ଡୀ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ଗତକାଲି ରାତି ପ୍ରାୟ ୧୦ଟା ୫୦ ମିନିଟରେ ସ୍ୱାସ୍ଥ୍ୟବସ୍ଥା ବିଗିଡିବା କାରଣରୁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି । ଛାତିରେ ଯନ୍ତ୍ରଣା ଅନୁଭବ କରିବା ଯୋଗୁଁ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କୁ କାର୍ଡିଓ ନ୍ୟୁରୋ ସେଣ୍ଟର କାର୍ଡିଆକ୍‌ କେୟାର ୟୁନିଟରେ ଆଡମିଟ୍‌ କରାଯାଇଛି । ତେବେ ରେଡ୍ଡୀଙ୍କ ଅବସ୍ଥା ସମ୍ପର୍କରେ କୌଣସି ନୂତନ ସୂଚନା ମିଳିନାହିଁ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ କି ବାତ୍’ କାର୍ଯ୍ୟକ୍ରମର ଐତିହାସିକ ଏପିସୋଡର କାର୍ଯ୍ୟକ୍ରମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନର୍ବାହ କରିଥିଲେ । ଉଦ୍‌ଘାଟନୀ ଅଧିବେଶନକୁ ସମ୍ବୋଧିତ କରିଥିଲେ । ଏହାପୂର୍ବରୁ ଗୁରୁବାର ଦିନ ରେଡ୍ଡୀ ପ୍ରଥମ ଗ୍ଲୋବାଲ୍ ଟୁରିଜିମ୍ ନିବେଶକ ସମ୍ମିଳନୀ ପୂର୍ବରୁ ରୋଡ୍ ଶୋ କରିଥିଲେ । ଏହି ସମୟରେ ପର୍ଯ୍ୟଟନ ଉଦ୍ୟୋଗରେ ଷ୍ଟାର୍ଟଅପ୍‌ ଏବଂ କମ୍ପାନୀ ପାଇଁ ନିବେଶର ଅପାର ସୁଯୋଗ ରହିଥିବା କଥା କହିଥିଲେ ।

ସୂଚନାଯୋଗ୍ୟ, ଶନିବାର ଦିନ ରେଡ୍ଡୀ ସିକନ୍ଦରାବାଦ ରେଳ ଷ୍ଟେସନରେ ‘ଗଙ୍ଗା ପୁଷ୍କରଲା ଯାତ୍ରା ପୁରୀ-କାଶୀ ଅଯୋଧ୍ୟା’ ଭାରତ ଗୌରବ ଟ୍ରେନକୁ ଉଦ୍‌ଘାଟନ କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.