Below header

ନବୋଦୟ ପରୀକ୍ଷାରେ ପ୍ରଶ୍ନପତ୍ର ବିଭ୍ରାଟ: ପଞ୍ଚମ ଶ୍ରେଣୀ ଓଡ଼ିଆ ଛାତ୍ରକୁ ଦିଆଯାଇଛି ତେଲଗୁ ପ୍ରଶ୍ନପତ୍ର

କେନ୍ଦ୍ରାପଡା ମାର୍ଶାଘାଇ ମଧୁସାଗର ବିଦ୍ୟାପିଠରେ ନବୋଦୟ ପରିକ୍ଷା ଚାଲିଥିବା ବେଳେ ପ୍ରଶ୍ନପତ୍ର ବିଭ୍ରାଟ। ଓଡ଼ିଆ ଭାଷାରେ ପରକ୍ଷା ଦେବାକୁ ଯାଇଥିବା ପଞ୍ଚମ ଶ୍ରେଣୀ ଛାତ୍ରକୁ ଦିଆଯାଇଛି ତେଲଗୁ ପ୍ରଶ୍ନପତ୍ର।

କେନ୍ଦ୍ରାପଡା (କେନ୍ୟୁଜ): ପରୀକ୍ଷା ପ୍ରଶ୍ନପତ୍ରରେ ବଡ଼ ବିଭ୍ରାଟ । ଓଡ଼ିଆ ଭାଷା ସ୍ଥାନରେ ତେଲଗୁ ପ୍ରଶ୍ନପତ୍ର । କାନ୍ଦି କାନ୍ଦି ଫେରିଲେ ପଞ୍ଚମ ଶ୍ରେଣୀ ଛାତ୍ର । କେନ୍ଦ୍ରାପଡା ମାର୍ଶାଘାଇ ମଧୁସାଗର ବିଦ୍ୟାପୀଠରେ ନବୋଦୟ ପରୀକ୍ଷାରେ ଏଭଳି ବିଭ୍ରାଟ ସାମନାକୁ ଆସିଛି । ମାର୍ଶାଘାଇ ବ୍ଲକ ଜରିଆ ବରାଇ ପ୍ରାଥମିକ ସ୍କୁଲର ଦିବ୍ଯରଞ୍ଜନ ସ୍ୱାଇଁ ଏଭଳି ପ୍ରଶ୍ନପତ୍ର ପାଇଥିଲେ । ଅଭିଯୋଗ କରିବା ପରେ ଶିକ୍ଷକ କିଛି କରି ପାରିବେ ନାହିଁ ବୋଲି ସିଧା ସିଧା କହିଥିଲେ । ତାଙ୍କ ମା ମଧ୍ୟ ସୁପରିଟେଣ୍ଡେଣ୍ଟଙ୍କୁ କହିଥିଲେ । ହେଲେ କିଛି ବି ହେଲା ନାହିଁ । ଦିବ୍ୟ ରଞ୍ଜନ ଓ ତାଙ୍କ ମା କାନ୍ଦି କାନ୍ଦି ଘରକୁ ଫେରି ଆସିଥିଲେ । ଘଟଣା ସମ୍ପର୍କରେ ଆଜି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଦିବ୍ୟ ରଞ୍ଜନଙ୍କ ମା । ଜଣେ ଦିନ ମଜୁରିଆଙ୍କ ପୁଅ ଦିବ୍ୟ ରଞ୍ଜନ ପରୀକ୍ଷା ଦେଇ ନପାରିବାରୁ ଖୁବ୍‌ ଭାଙ୍ଗି ପଡ଼ିଛନ୍ତି । ତାଙ୍କ ମା ବନିତା ନ୍ୟାୟ ପାଇଁ ଦାବି କରିଛନ୍ତି ।

ସେପଟେ ଅଭିଯୋଗ ପାଇବା ପରେ ଉପଜିଲ୍ଲାପାଳ ନିରଞ୍ଜନ ବେହେରା ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତଦନ୍ତ ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ପ୍ରତିଶ୍ରୁତି ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.