ଆଇଏସ୍‌ଆଇଏସ୍‌ ମୁଖ୍ୟ ଅବୁ ହୁସେନ୍‌ ଅଲ୍‌ କ୍ୟୁରେସୀ ନିହତ, ସିରିଆରେ ପଶି ମାରିଲା ତୁର୍କୀ ସେନା

ସିରିଆରେ ପଶି ଆତଙ୍କୀ ସଂଗଠନ ଇସଲାମିକ୍‌ ଷ୍ଟେଟ୍‌ର ସନ୍ଦିଗ୍ଧ ମୁଖ୍ୟକୁ ମାରିଲା ତୁର୍କୀ ସେନା । ଆଇଏସ୍‌ଆଇଏସ୍‌ ମୁଖ୍ୟ ଅବୁ ହୁସେନ୍‌ ଅଲ୍‌ କ୍ୟୁରେସୀ ନିହତ । ଏହି ସୂଚନା ଦେଇଛନ୍ତି ତୁର୍କୀ ରାଷ୍ଟ୍ରପତି ତୟିପ୍‌ ଏର୍ଡୋଗାନ୍‌ ।

ତୁର୍କୀର ବଡ଼ ମିଲିଟାରୀ ଅପରେସନ । ଆଇଏସ୍‌ଆଇଏସ୍‌ ମୁଖ୍ୟ ଅବୁ ହୁସେନ୍‌୍‌ ଅଲ୍‌ କ୍ୟୁରେସୀ ନିହତ । ସିରିଆରେ ପଶି ଆତଙ୍କୀ ସଂଗଠନ ଇସଲାମିକ୍‌ ଷ୍ଟେଟ୍‌ର ସନ୍ଦିଗ୍ଧ ମୁଖ୍ୟକୁ ମାରିଲା ତୁର୍କୀ ସେନା । ଏହି ସୂଚନା ଦେଇଛନ୍ତି ତୁର୍କୀ ରାଷ୍ଟ୍ରପତି ତୟିପ୍‌ ଏର୍ଡୋଗାନ୍‌ । ଏର୍ଡୋଗାନ୍‌ କହିଛନ୍ତି, ଅନେକ ଦିନରୁ ଗୁଇନ୍ଦା ଏଜେନ୍ସୀ ଆଇଏସ୍‌ଆଇଏସର ମୁଖ୍ୟକୁ ଖୋଜୁଥିଲା ।

ଗତ ଫେବୃଆରୀରେ ଅବୁ ହୁସେନ୍‌ ଅଲ୍‌ କ୍ୟୁରେସୀ ଆଇଏସ୍‌ ସଂଗଠନର କମାଣ ସମ୍ଭାଳିଥିଲା । ଗତ ଶନିବାର ରାତିରେ ସିରିଆରେ ତାକୁ ତୁର୍କୀର ଏମଆଇଟି ଗୁଇନ୍ଦା ଏଜେନ୍ସୀ ଆରମ୍ଭ କରିଥିଲା ଅପରେସନ୍‌ । ଅବୁ ହୁସେନ୍‌୍‌ ଅଲ୍‌ କ୍ୟୁରେସୀ ନିହତ ହୋଇଥିବା ତୁର୍କୀ ଦାବି କରିଥିଲେ ବି ଏଯାଏ ଇସଲାମିକ୍‌ ଷ୍ଟେଟ୍‌ କୌଣସି ପ୍ରତିକ୍ରିୟା ଦେଇନି ।

ତୁର୍କୀ ରାଷ୍ଟ୍ରପତି କହିଛନ୍ତି, ଦୀର୍ଘ ଦିନରୁ ଅବୁ ହୁସେନ୍‌ ଅଲ୍‌ କ୍ୟୁରେସୀ ଉପରେ ନଜର ରଖାଯାଇଥିଲା । ସିରିଆର ଉତ୍ତର ଜାଣ୍ଡାରିଶ ସହରରେ କରାଯାଇଥିଲା ଏହି ଅପରେସନ୍‌ । ଏହି ଅଞ୍ଚଳ ତୁର୍କୀ ସୀମାର ଅତି ନିକଟରେ ରହିଛି । ଆତଙ୍କୀ ଅବୁ ହୁସେଲ୍‌ ଅଲ୍‌ କ୍ୟୁରେସୀକୁ ଘେରି ଯାଇ ତାକୁ ହତ୍ୟା କରାଯାଇଥିବା କୁହାଯାଉଛି । ସିରିଆ ଭିତରେ ପଶି ଇସଲାମିକ୍‌ ଷ୍ଟେଟ୍‌ ସହ ଲଢ଼େଇ ଜାରି ରଖିଛି ତୁର୍କୀ ସେନା । ପୂର୍ବରୁ ଇସଲାମିକ୍‌ ଷ୍ଟେଟ୍‌ ମୁଖ୍ୟ ଅବୁ ଇବ୍ରାହିମ୍‌ ଅଲ୍‌ ହାସିମ ଇଲ୍‌ କ୍ୟୁରେସୀ ପରିବାର ସହ ନିଜକୁ ବିସ୍ଫୋରଣରେ ଉଡ଼ାଇ ଦେଇଥିଲା । ଆମେରିକାର ସ୍ପେଶାଲ୍‌ ଫୋର୍ସ ସହ ମୁକାବିଲା ପରେ ସେ ନିଜକୁ ଉଡ଼ାଇ ଦେଇଥିଲା ।

ସିରିଆର ନ୍ୟାସନାଲ ଆର୍ମି ଏହି କାର୍ଯ୍ୟାନୁଷ୍ଠାନକୁ ନେଇ କୌଣସି ବୟାନ ଦେଇନାହିଁ । ଜଣେ ସ୍ଥାନୀୟ ନାଗରିକ ଏଏଫପିକୁ କହିଛନ୍ତି, କାର୍ଯ୍ୟାନୁଷ୍ଠାନ ଶନିବାର ଏବଂ ରବିବାର ରାତିରେ ହୋଇଥିଲା । ଘଣ୍ଟାଏ ପର୍ଯ୍ୟନ୍ତ ଗୁଳିବର୍ଷଣ ହେବା ପରେ ଜୋରଦାର ଧମାକା ହୋଇଥିଲା । ସୁରକ୍ଷା ବଳ ସଂପୂର୍ଣ୍ଣ ଅଞ୍ଚଳକୁ ଘେରି ରହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.