ବେଆଇନ ଗଞ୍ଜା ଲଢେଇରେ ଛାପ ମାରିଲା ପୋଲିସ୍, ୩୬ ଜୁଆଡ଼ି ଗିରଫ
ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ଥାନା ମାଲିଡ଼ିହି ପଞ୍ଚାୟତ ପତ୍ରାଟୋଲି ଅଞ୍ଚଳରେ ବେଆଇନ ଚାଲିଥିବା କୁକୁଡ଼ା ଖେଳ ଉପରେ ପୋଲିସର ଅତର୍କିତ ଚଢ଼ାଉ। ୩୬ ଜଣ ଜୁଆଡିଙ୍କ ସହ ୨ଟି ଚାରି ଚକିଆ ଗାଡି, ବାଇକ ଓ ୩୬ ହଜର ୧୯୦ ଟଙ୍କା ଜବତ କରିଛି ।
ସୁନ୍ଦରଗଡ (କେନ୍ୟୁଜ): ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ଥାନା ମାଲିଡ଼ିହି ପଞ୍ଚାୟତ ପତ୍ରାଟୋଲି ଅଞ୍ଚଳରେ ବେଆଇନ ଚାଲିଥିବା କୁକୁଡ଼ା ଖେଳ ଉପରେ ପୋଲିସର ଅତର୍କିତ ଚଢ଼ାଉ। ୩୬ ଜଣ ଜୁଆଡିଙ୍କ ସହ ୨ଟି ଚାରି ଚକିଆ ଗାଡି, ବାଇକ ଓ ୩୬ ହଜର ୧୯୦ ଟଙ୍କା ଜବତ କରିଛି ।
ସୂଚନା ଅନୁସାରେ ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ମାଲିଡ଼ିହି ପଞ୍ଚାୟତର ପତ୍ରାଟୋଲିରେ ବେଆଇନ କୁକୁଡ଼ା ଲଢେଇ ଚାଲିଥିବା ଖବର ପାଇ ଏସଡ଼ି ପିଓ ଅଭିଷେକ ପାଣିଗ୍ରାହୀଙ୍କ ନିର୍ଦ୍ଦେଶରେ ରାଜଗାଙ୍ଗପୁର ଥାନା ଅଧିକାରୀ ବିବତ୍ସ କୁମାର ପ୍ରଧାନ, ଡିଭିଏଫ ଦଳ ସାଦା ପୋଷାକରେ ଉକ୍ତ ସ୍ଥାନରେ ଅତର୍କିତ ଚଢ଼ାଉ କରିଥିଲେ । କୁକୁଡ଼ା ଲଢେ଼ଇରେ ସାମିଲ ଥିବା ୩୬ ଜଣକୁ ପୋଲିସ କାବୁ କରିଥିବା ବେଳେ ସେଠାରୁ ଏକ କାର ଓ ବୋଲେରୋ ଜବତ କରିବା ସହ ୧୧ ମଟର ସାଇକେଲ, ୨୮ ଟି ମୋବାଇଲ , ୬ଟି କୁକୁଡ଼ା ଜବତ କରିଛି । ଏହା ଛଡା ୩୬ ହଜାର ୧୯୦ ଟଙ୍କା ଜବତ ହୋଇଥିବା ଏସଡ଼ି ପିଓ ଅଭିଷେକ ପାଣିଗ୍ରାହୀ ସୂଚନା ପ୍ରଦାନ କରିଛନ୍ତି।