Below header

ଆଜି ସଂଧ୍ୟାରେ ମାଡାଗାସ୍କରକୁ ହିଟ୍‌ କରିବ ଭୟଙ୍କର ବାତ୍ୟା ଫ୍ରେଡି, କରିପାରେ ବହୁତ କ୍ଷୟକ୍ଷତି !

ଆଜି ସଂଧ୍ୟାରେ ମାଡାଗାସ୍କରକୁ ହିଟ୍‌ କରିବ ଭୟଙ୍କର ବାତ୍ୟା ଫ୍ରେଡି । କ୍ୟାଟାଗୋରୀ ୪ ଝଡ଼ ରୂପ ନେଇ ସ୍ଥଳଭାଗ ଛୁଇଁବ । ଲ୍ୟାଣ୍ଡଫଲ ପୂର୍ବରୁ ପବନର ବେଗ ୧୪୦ କିଲୋମିଟରରୁ ଅଧିକ ରହିବା ଆଶଙ୍କା କରାଯାଉଛି । ଦୁଇ ସପ୍ତାହେ ତଳେ ଇଣ୍ଡୋନେସିଆ ନିକଟରେ ସାମୁଦ୍ରିକ ଝଡ଼ ଫ୍ରେଡି ସୃଷ୍ଟି ହୋଇଥିଲା ।

ଫେବ୍ରୁଆରୀ ୬ ତାରିଖରେ ଇଣ୍ଡୋନେସିଆ ନିକଟରେ ସୃଷ୍ଟି ହୋଇଥିଲା ଫ୍ରେଡି ।୧୪ ଦିନ ଭିତରେ ଭାରତ ମହାସାଗରରେ ୪୦୦୦ ମାଇଲ ଅତିକ୍ରମ କରିଛି ଏହି ବାତ୍ୟା । ଇଣ୍ଟରନ୍ୟାସନାଲ ସ୍ପେସ ଷ୍ଟେସନରୁ ଫ୍ରେଡି ଝଡ଼ର ଆଖି କଏଦ ହୋଇଛି । ଭାରତ ମହାସାଗର ଉପର ଦେଇ ଗତି କରିବା ସମୟରେ ଏହି ବାତ୍ୟାର ଚିତ୍ର କଏଦ ହୋଇଛି । ଅତି ଭୟଙ୍କର ଦୃଶ୍ୟ । ମାଡାଗାସ୍କର ମୁହାଁ ବାତ୍ୟା । ଉଗ୍ର ରୂପ ଧରି ଆଗକୁ ବଢୁଛି ।

freedy

ପାଣିପାଗ ବିଜ୍ଞାନୀ ଜାସନ ନିକୋଲସଙ୍କ ସୂଚନା, ଭୀଷଣ ସାମୁଦ୍ରିକ ଝଡ଼ ଫ୍ରେଡି କ୍ୟାଟାଗୋରୀ ୪ ହରିକେନ ରୂପ ନେଇ ମରିସସର ଉତ୍ତର ପାଖ ଦେଇ ପାର କରିଛି । ସାମୁଦ୍ରିକ ଝଡ଼ ପହଞ୍ଚିବା ପୂର୍ବରୁ ମରିସସରୁ ସବୁ ବିମାନ ଉଡ଼ାଣ ରବ୍ଦ କରାଯାଇଥିଲା । ଆଜି ସଂଧ୍ୟାରେ ମାଡାଗାସ୍କରର ମନନଜାରୀ ଓ ଫରଫଙ୍ଗାନା ମଝିରେ ହିଟ୍‌ କରିପାରେ ଫ୍ରେଡି ।

ଏହି ସାମୁଦ୍ରିକ ଝଡ଼ ବହୁ କ୍ଷୟକ୍ଷତି କରିବା ଆଶଙ୍କା ରହିଛି । ଗୁରୁବାର ରାତି କିମ୍ବା ଶୁକ୍ରବାର ପର୍ଯ୍ୟନ୍ତ ମାଡାଗାସ୍କାରରେ ଝଡ଼ର ପ୍ରଭାବ ରହିବ । ମାଡାଗାସ୍କରରେ ବର୍ଷା, ବନ୍ୟା ସାଙ୍ଗକୁ ଭୂସ୍ଖଳନ ଆଶଙ୍କା ରହିଛି । ଏହାସହ ବଡ଼ବଡ଼ ଜୁଆର ଉପକୂଳ ଅଞ୍ଚଳକୁ ପ୍ରଭାବିତ କରିପାରେ ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.