ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପର ସେମି ଫାଇନାଲରେ ଭାରତ

ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପର ସେମି ଫାଇନାଲରେ ଭାରତ। ଆୟରଲାଣ୍ଡକୁ ହରାଇ ସେମିରେ ପ୍ରବେଶ କରିଛି ଭାରତ। ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚରେ ଡକୱର୍ଥ ଲୁଇସ ନିୟମରେ ଆୟରଲାଣ୍ଡକୁ ୫ ରନରେ ହରାଇଲା ଭାରତ।

କେନ୍ୟୁଜ୍: ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପର ସେମି ଫାଇନାଲରେ ଭାରତ। ଆୟରଲାଣ୍ଡକୁ ହରାଇ ସେମିରେ ପ୍ରବେଶ କରିଛି ଭାରତ। ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚରେ ଡକୱର୍ଥ ଲୁଇସ ନିୟମରେ ଆୟରଲାଣ୍ଡକୁ ୫ ରନରେ ହରାଇଲା ଭାରତ। ଭାରତ ପ୍ରଥମେ ବ୍ୟାଟିଂ କରି ୧୫୫ ରନ୍‌ କରିଥିଲା। ସ୍ମୃତି ମାନ୍ଧନା ୮୭ ରନ୍‌ କରିଥିଲେ। ଆୟରଲାଣ୍ଡ ୮.୨ ଓଭରରେ ୨ ୱିକେଟ୍‌ ହରାଇ ୫୪ରନ୍‌ କରିଥିଲା। ଏହାପରେ ବର୍ଷା ଯୋଗୁଁ ମ୍ୟାଚ୍‌ ବାତିଲ ହୋଇଥିଲା।

ଗ୍ରୁପ୍‌-୨ରୁ ଇଂଲଣ୍ଡ ଶୀର୍ଷ ସ୍ଥାନରେ ସେମିରେ ପ୍ରବେଶ କରିସାରିଥିଲା। ଇଂଲଣ୍ଡର ଆଉ ଏକ ମ୍ୟାଚ୍‌ ବାକି ଅଛି। ଭାରତ ଏବେ ଦ୍ୱିତୀୟ ସ୍ଥାନରେ ରହିଛି ସେମି ସ୍ଥାନ ପକ୍କା କରିଛି। ଗ୍ରୁପ ୧ରୁ ଅଷ୍ଟ୍ରେଲିଆ ସେମିରେ ପ୍ରବେଶ କରି ସାରିଛି। ସେମିଫାଇନାଲରେ ଭାରତ-ଅଷ୍ଟ୍ରେଲିଆ ମୁକାବିଲା ସମ୍ଭାବନା ରହିଛି।