ଆଜିଠୁ କମ୍ପିବ ବିଧାନସଭା, ଆସନ୍ତା ୨୪ରେ ଆସିବ ନବୀନଙ୍କ ପଞ୍ଚମ ପାଳିର ଶେଷ ପୂର୍ଣ୍ଣାଙ୍ଗ ବଜେଟ୍‌

ଆଜିଠୁ ବିଧାନସଭା ବଜେଟ୍‌ ଅଧିବେଶନ । ଗୃହରେ ସରକାରଙ୍କୁ ଘେରିବାକୁ ରଣନୀତି କରିଛନ୍ତି ବିରୋଧୀ । ଆଇନଶୃଙ୍ଖଳା, ଚାଷ ଓ ଚାଷୀ ଏବଂ ବେକାରୀ ସମସ୍ୟା ପ୍ରସଙ୍ଗ ଉଠାଇ ବିରୋଧୀ ସରକାରଙ୍କୁ ଘେରିବେ । ସେପଟେ ବିରୋଧୀଙ୍କୁ ମୁକାବିଲା କରିବା ପାଇଁ ଶାସକ ଦଳ ବି ତୟାର ।

ଭୁବନେଶ୍ୱର(କେନ୍ୟୁଜ୍‌) : ଆଜିଠୁ ବିଧାନସଭା ବଜେଟ୍‌ ଅଧିବେଶନ । ଗୃହରେ ସରକାରଙ୍କୁ ଘେରିବାକୁ ରଣନୀତି କରିଛନ୍ତି ବିରୋଧୀ । ଆଇନଶୃଙ୍ଖଳା, ଚାଷ ଓ ଚାଷୀ ଏବଂ ବେକାରୀ ସମସ୍ୟା ପ୍ରସଙ୍ଗ ଉଠାଇ ବିରୋଧୀ ସରକାରଙ୍କୁ ଘେରିବେ । ସେପଟେ ବିରୋଧୀଙ୍କୁ ମୁକାବିଲା କରିବା ପାଇଁ ଶାସକ ଦଳ ବି ତୟାର ।

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଚାଉଳ କାଟିବା ପ୍ରସଙ୍ଗ, ବିରୋଧୀ ଦଳ ନେତା ମହିଳା ଆଇଆଇସିଙ୍କୁ ଧକ୍କା ମାରିବା ପ୍ରସଙ୍ଗ, କେନ୍ଦୁପତ୍ରରୁ ଜିଏସଟି ହଟେଇବା, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଆଦି ପ୍ରସଙ୍ଗ ଉଠାଇବ ବିଜେଡି । ଆସନ୍ତା ୨୪ରେ ଆସିବ, ନବୀନଙ୍କ ପଞ୍ଚମ ପାଳିର ଶେଷ ପୂର୍ଣ୍ଣାଙ୍ଗ ବଜେଟ୍‌ ।

ରାଜ୍ୟବାସୀଙ୍କ ପାଇଁ କିଛି ବଡ଼ ଯୋଜନା ଘୋଷଣା କରିପାରନ୍ତି ସରକାର। ଏଥର ବଜେଟ ଆକାର ପ୍ରାୟ ୨ ଲକ୍ଷ ୨୦ ହଜାର କୋଟିରୁ ୨ ଲକ୍ଷ ୨୫ ହଜାର କୋଟି ଟଙ୍କା ମଧ୍ୟରେ ହୋଇପାରେ । ରାଜ୍ୟପାଳଙ୍କ ଅଭିଭାଷଣରୁ ବଜେଟ୍‌ ଅଧିବେଶନ ଆରମ୍ଭ ହେବ। ଦୁଇ ପର୍ଯ୍ୟାୟରେ ବସିବାକୁ ଥିବା ଅଧିବେଶନ ବେଶ ସରଗରମ ହେବ ବୋଲି କୁହାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.