ଗୋପାଳ ମୁହଁରେ ନିର୍ବିକାର ଭାବନାର କଠୋରତା, ସାମ୍ନାକୁ ଆସିଲା ନବ ଦାସଙ୍କୁ ଗୁଳି ମାରୁଥିବା ବେଳର ଆଉ ଏକ ଫଟୋ
ନବ ଦାସଙ୍କୁ ଗୁଳି ମାରୁଥିବା ବେଳର ଆଉ ଏକ ଫଟୋ ସାମ୍ନାକୁ ଆସିଛି । ସାମ୍ନା ପଟରୁ ଅତି ନିକଟରୁ ଦୁଇ ହାତରେ ବନ୍ଧୁକକୁ ଜାବୁଡ଼ି ଧରିଛି । ସିଧା ଛାତି ପାଖରେ ରହିଛି ବନ୍ଧୁକ ।
ଭୁବନେଶ୍ୱର(କେନ୍ୟୁଜ୍) : ନବ ଦାସଙ୍କୁ ଗୁଳି ମାରୁଥିବା ବେଳର ଆଉ ଏକ ଫଟୋ ସାମ୍ନାକୁ ଆସିଛି । ସାମ୍ନା ପଟରୁ ଅତି ନିକଟରୁ ଦୁଇ ହାତରେ ବନ୍ଧୁକକୁ ଜାବୁଡ଼ି ଧରିଛି । ସିଧା ଛାତି ପାଖରେ ରହିଛି ବନ୍ଧୁକ । ଏତେ ଜୋର୍ରେ ମୁଠାଇ ଧରିଛି ଯେ ମୁହଁର ମାଂସପେଶୀ ଟାଣି ହୋଇଯାଇଛି । ମୁହଁରେ ନିର୍ବିକାର ଭାବନାର କଠୋରତା ।
ଲକ୍ଷ୍ୟ ଯେମିତି କେବଳ ମାରିବି ହିଁ ମାରିବି । ପୂର୍ବରୁ କେବଳ ଗୋପାଳ ଚାଲିକରି ଯାଉଥିବାର ଭିଜୁଆଲ ଦେଖୁଥିଲେ । ବର୍ତ୍ତମାନ ହତ୍ୟାକାରୀ ଗୋପାଳ ଦାସର ଏହି ଫଟୋ ଅନେକ କଥା କହୁଛି ।