Below header

ପାଖେଇ ଆସୁଛି କି ବିବାହ? ଆଜିଠାରୁ ହିଁ ଘରେ ଆରମ୍ଭ କରନ୍ତୁ ପ୍ରି ବ୍ରାଇଡାଲ ସ୍କିନ କେୟାର

ଝିଅଟିଏ ବଡ ହେଲା ପରେ ସେ ନିଜ ବାହାଘର ପାଇଁ ଅନେକ ସ୍ୱପ୍ନ ଦେଖିଥାଏ । ପ୍ରତ୍ୟେକ ଝିଅ ଜୀବନର ସବୁଠାରୁ ଖାସ ଦିନ ହୋଇଥାଏ ତା ବାହାଘର । ସେହି ଦିନ ଝିଅଟି ବଧୁ ବେଶରେ ସଜ ହୋଇ ସବୁ ଠାରୁ ଅଧିକ ସୁନ୍ଦର ଲାଗିଥାଏ । ଚେହେରାରେ ଏହି ସୁନ୍ଦରତା ଆଣିବା ପାଇଁ ବାହାଘରର ଚାରି ପାଞ୍ଚ ମାସ ପର୍ବରୁ ଜୋର ସୋରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଥାଏ । ପାର୍ଲର ଯାଇ ବିଭିନ୍ନ ପ୍ରକାର ସ୍କିନ କେୟାର ରୁଟିନ କରିବା ସହିତ ଅନେକ ପ୍ରକାରର ଫେସିଆଲ ଆଦି କରିଥାନ୍ତି । ଯେଉଁଥିରେ ଅନେକ ଟଙ୍କା ଖର୍ଚ୍ଚ ହୋଇଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି କିଛି ଟିପ୍ସ କହିବୁ ଯାହା ଦ୍ୱାରା ଆପଣ ଘରେ ରହି କମ୍‌ ଖର୍ଚ୍ଚରେ ନିଜର ସ୍କିନ କେୟାର ରୁଟିନ କରିପାରିବେ ।

ବାହାଘର ପୂର୍ବରୁ ଘରେ ରହି ନିଜର ସ୍କିନରେ ଗ୍ଲୋ ଆଣିବା ପାଇଁ ଆପଣଙ୍କୁ ରୁଟିନ ତିଆର କରିବାକୁ ପଡିବ । ନିର୍ବନ୍ଧ ପରେ ପରେ ପ୍ରଥମେ ଆପଣ ଆପଣଙ୍କ ସପ୍ତାହର ପ୍ଲାନ ରେଡି କରିଦିଅନ୍ତୁ । ପ୍ରଥମେ ନିଜ ଘରେ ଗରମ ପାଣି କରି ସେଥିରେ ଲୁଣ, ଲେମ୍ବୁରସ, ମାଇଲ୍ଡ ସାମ୍ପୁ ଗୋଳାଇ ରଖନ୍ତୁ । ଏଥିରେ ନିଜ ହାତକୁ କିଛି ସମୟ ବୁଡାଇ ରଖନ୍ତୁ ଓ ପରେ ହାତକୁ ବ୍ରଶ ସାହାଯ୍ୟରେ ସଫା କରନ୍ତୁ । ଏହା ପରେ ନିଜ ନଖକୁ ସେପ ଦିଅନ୍ତୁ । ଆପଣ ଏହି ପ୍ରକ୍ରିୟାକୁ ପେଡିକିୟୋର ପାଇଁ ମଧ୍ୟ ବ୍ୟବହାର କରିପାରିବେ । ମେନିକିୟୋର ପେଡିକିୟୋର ପରେ କ୍ଲିନଜିଙ୍ଗ, ଟୋନିଙ୍ଗ , ମୋଇସରାଇଜିଙ୍ଗକୁ ନିଜ ରୁଟିନରେ ସାମିଲ କରନ୍ତୁ । ସେହିପରି ରାତିରେ ସୋଇବା ସମୟରେ ନିଜ ଚେହେରାକୁ ଭଲ ଭାବରେ କ୍ଲିନ କରି ନାଇଟ କ୍ରିମ କିମ୍ବା ନାଇଟ ସିରମ ଲଗାଇ ଶୋଇବେ ।

Pre Bridal Tips: Top 12 Pre Wedding Beauty Tips For Brides To Be

ପ୍ରତିଦିନ ଉବଟନର ବ୍ୟବହାର କରନ୍ତୁ :

ଉବଟନ ପାଇଁ ବେସନ, ଲେମ୍ବୁରସ, ଳହୁଣି, ହଳଦି, ମହୁକୁ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ଓ ଏହାକୁ ପ୍ରତିଦିନ ବ୍ୟବହାର କରନ୍ତୁ । ଗାଧୋଇଲା ବେଳେ ପାଣିରେ କଞ୍ଚା କ୍ଷୀର ଓ ଲେମ୍ବୁରସ ମିଶାଇ ଗାଧୋଇବେ । ଏହା ଦ୍ୱାରା ସ୍କିନ କୋମଳ ହୋଇଥାଏ । ସେହିପରି ବଡି ରବ ଗ୍ଲବ୍ସର ବ୍ୟବହାର କରି ନିଜ ବଡିକୁ ଭଲ ଭାବରେ କ୍ଲିନ କରନ୍ତୁ ।

ଶରୀର ମସାଜ :

ସପ୍ତାହରେ ଦୁଇଥର ଯେ କୌଣସି ବି ତେଲ ସାହାଯ୍ୟରେ ଶରୀରର ମସାଜ କରାଇବେ । ଏଥିପାଇଁ ଆପଣ ନଡିଆ ତେଲ, ସୋରିଶ , ବାଦାମ, ଅଲିଭ ଅଏଲ ଇତ୍ୟାଦି ବ୍ୟବହାର କରି ପାରିବେ ।

କେଶର ଯତ୍ନ :

କେଶର ଯତ୍ନ ନେବା ପାଇଁ ସପ୍ତାହରେ ଥରେ କେଶରେ ହେୟାର ପ୍ୟାକ ଲଗାନ୍ତୁ । ଏଥିପାଇଁ ଗୋଟିଏ କଦଳି ଓ ମହୁକୁ ଭଲ ଭାବରେ ମିଶାଇ ହେୟାର ପ୍ୟାକ ପ୍ରସ୍ତୁତ କରନ୍ତୁ । ଏହାକୁ କେଶରେ ଲଗାଇ ୧୫ ମିନିଟ ପର୍ଯ୍ୟନ୍ତ ରଖି ପରେ ଧୋଇବେ । ଏହା ଛଡା ନଡିଆତେଲକୁ ହେୟାର କନ୍ଡିସନର ରେ ମିଶାଇ କେଶରେ ଲଗାଇବେ ଓ ପରେ କେଶକୁ ସାମ୍ପୁ ଓ କନ୍ଡିସନର ସାହାଯ୍ୟରେ ଧୋଇ ଦିଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.