Below header

ସ୍ଥଳଭାଗ ଛୁଇଁବା ପରେ ତାମିଲନାଡୁରେ ତାଣ୍ଡବ ରଚିଲା ସାମୁଦ୍ରିକ ଝଡ ‘ଗଜ’, ହାଇଆଲର୍ଟ ଜାରି

ତାମିଲନାଡୁ(କେନ୍ଯୁଜ୍) : ତାମିଲନାଡୁରେ ଗଜ ତାଣ୍ଡବ। ଗୁରୁବାର ରାତି ୧ଟା ୪୦ରେ ସାମୁଦ୍ରିକ ଝଡ ନାଗାପଟ୍ଟନମ୍‌ରେ ମାଡ ହୋଇଛି। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୯୦ରୁ ୧୦୦କିଲୋମିଟର ମଧ୍ୟରେ ରହିଥିଲା। ପବନ ସାଙ୍ଗକୁ ଭାରି ବର୍ଷା ହୋଇଥିଲା। ଫଳରେ ବଡ ବଡ ଗଛ ଉପୁଡିପଡିବା ସହ ବିଦ୍ୟୁତ୍‌  ସରବରାହ ବିଛିନ୍ନ ହୋଇଯାଇଛି।

taକିଛି ସ୍ଥାନରେ ଘର ମଧ୍ୟ ଭାଙ୍ଗିଯାଇଛି। ନାଗାପଟ୍ଟନମ୍‌, ତିରୁବରୁର, ପୁଦୁକୋଟ୍ଟାଇ ଜିଲ୍ଲାରେ ବିଶେଷ ଭାବେ କ୍ଷୟକ୍ଷତି ହୋଇଛି। ହାଇଆଲର୍ଟ ଜାରି କରାଯିବା ସହ ସ୍କୁଲ ଓ କଲେଜ ସବୁ ଛୁଟି ଘୋଷଣା କରାଯାଇଛି। ୬୦ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ୩୩୧ଟି ବାତ୍ୟା ଆଶ୍ରୟସ୍ଥଳରେ ସେମାନଙ୍କୁ ରଖାଯାଇଛି।

tamilnaduମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନଡିଆରଏଫ୍ ପକ୍ଷରୁ ଉଦ୍ଧାର କାର୍ଯ୍ଯ ଜାରି ରହିଛି। ଗଛ କାଟି ରାସ୍ତା ସଫା କରାଯିବା ସହ ବିଦ୍ୟୁତ ସଂଯୋଗ କରାଯାଉଛି।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.