ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜି ତୃତୀୟ ଥର ପାଇଁ ଖୋଲିବ ସାବରୀମାଲା ମନ୍ଦିର

କେରଳ(କେନ୍ୟୁଜ୍) : ଆଜି ଖୋଲିବ ସାବରୀମାଲା ମନ୍ଦିର । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ତୃତୀୟ ଥର ପାଇଁ ସଂଧ୍ୟା ୫ଟାରେ ମନ୍ଦିରର ଗର୍ଭଗୃହ ଖୋଲିବା ନେଇ ସମୟ ଧାର୍ଯ୍ୟ କରାଯାଇଛି । ମନ୍ଦିର ପ୍ରବେଶ କଥା କହୁଥିବା ସାମାଜିକ କର୍ମୀ ତୃପ୍ତି ଦେଶାଇ ଓ ତାଙ୍କ ୬ ସହଯୋଗୀଙ୍କୁ କୋଚି ଏୟାରପୋର୍ଟରେ ଅଟକା ଯାଇଛି । ତୃପ୍ତି ଦେଶାଇ ଏୟାରପୋର୍ଟ ପହଞ୍ଚିବା ପରେ ତାଙ୍କୁ ବିରୋଧ କରାଯାଇଥିଲା । ଅନେକ ପୁରୁଷ ଓ ମହିଳା ତୃପ୍ତିଙ୍କ ବିରୋଧରେ ନାରାବାଜି ଦେଇଥିଲେ । ଅଟୋ ଚାଳକମାନେ ମଧ୍ୟ ତୃପ୍ତିଙ୍କୁ ମନ୍ଦିର ପର୍ଯ୍ୟନ୍ତ ନେବାକୁ ମନା କରିଦେଇଥିଲେ । ୨୮ ତାରିଖରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜି ତୃତୀୟ ଥର ପାଇଁ ମନ୍ଦିର ଖୋଲୁଛି । କୋର୍ଟଙ୍କ ନିର୍ଦ୍ଦେଶ ପରେ ମଧ୍ୟ ଶ୍ରଦ୍ଧାଳୁ ଓ କାର୍ଯ୍ୟକର୍ତ୍ତାଙ୍କ ବିରୋଧ ଯୋଗୁ ଏପର୍ଯ୍ୟନ୍ତ କୌଣସି ମହିଳା ମନ୍ଦିରକୁ ପ୍ରବେଶ କରିନାହାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.