ୱାଘା ବର୍ଡରରେ ଏକାଠି ନଜର ଆସିଲେ କ୍ୟାଟ୍ରିନା ଓ ସଲମାନ୍‌, ଫଟୋ ହେଲା ଭାଇରାଲ

ୱାଘା ବର୍ଡରରେ ଏକାଠି କ୍ୟାଟ୍ରିନା ଓ ସଲମାନ୍‌ । ଫିଲ୍ମ ଭାରତର ସୁଟିଂ ସେଟରୁ ଏହି ଫଟୋଟି ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ନିର୍ଦ୍ଦେଶକ ଅଲ୍ଲୀ ଅବାସ ଜଫର ନିଜ ସୋସିଆଲ ଆକାଉଣ୍ଟରେ ଏହି ଫଟୋଟି ସେୟାର କରିଛନ୍ତି । ଫଟୋରେ ସଲମାନ ଓ କ୍ୟାଟ୍ରିନା ପଞ୍ଜାବର ୱାଘାବର୍ଡର ସାମନାରେ ଠିଆ ହୋଇଛନ୍ତି । ସୁଟିଂ ପାଇଁ ଫିଲ୍ମରେ ୱାଘା ବର୍ଡର ରିକ୍ରିଏଟ୍‌ କରାଯାଇଛି । ଫଟୋରେ ଅଲ୍ଲୀ ଅବାସ ଜଫର କ୍ୟାପସନ ଦେଇଛନ୍ତି ଜଣେ ବ୍ୟକ୍ତି ଓ ଦେଶର ଯାତ୍ରା ଏକା ସଙ୍ଗରେ।

salman-katrinaଭାରତରେ ସଲମାନ ଖାନ, କ୍ୟାଟ୍ରିନା କୈଫ୍‌ , ସୁନିଲ ଗ୍ରୋଭର ଓ ଦିଶା ପଟାନି ଅଭିନୟ କରୁଛନ୍ତି । ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ କାଫି କ୍ରେଜ୍‌ ଦେଖିବାକୁ ମିଳିଛି । ଏହା ପୂର୍ବରୁ ଟାଇଗର ଜିନ୍ଦା ହେରେ ନଜର ଆସିଥିଲେ କ୍ୟାଟ୍ରିନା ଓ ସଲମାନ୍‌ । ଦୁହିଁଙ୍କ କେମେଷ୍ଟ୍ରିକୁ ଦର୍ଶକ ଖୁବ୍‌ ପସନ୍ଦ କରିଥିଲେ। ଏକ ଥା ଟାଇଗରରେ ମଧ୍ୟ ଉଭୟଙ୍କ କେମେଷ୍ଟ୍ରି ଖୁବ୍‌ ଜମିଥିଲା। ବକ୍ସ ଅଫିସରେ ସୁପରହିଟ ହୋଇଥିଲା ଫିଲ୍ମ।

Leave A Reply

Your email address will not be published.