Below header

ବାଜିଗରକୁ ପୂରିଲା ୨୫ବର୍ଷ, ଭିଡିଓ ଶେୟାର କଲେ ଶାହରୁଖ

ସୁପରହିଟ୍‌ ଫିଲ୍ମ ବାଜିଗର ରିଲିଜକୁ ପୂରିଛି ୨୫ ବର୍ଷ। ୧୨ ନଭେମ୍ବର ୧୯୯୩ରେ ରିଲିଜ ହୋଇଥିଲା ବାଜିଗର। ଏହି ଅବସରରେ ସୋସିଆଲ ମିଡିଆରେ ଶାହରୁଖ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ବାଜିଗରର ଲୋକପ୍ରିୟ ଡାଇଲଗ କହୁଛନ୍ତି । ଭିଡିଓ ସେୟାର କରି ଶାହରୁଖ ଫିଲ୍ମର ପୁରା ୟୁନିଟକୁ ଧନ୍ୟବାଦ ଦେଇଛନ୍ତି ।

shilpa_new1ଏହି ଫିଲ୍ମରୁ ଶିଳ୍ପା ବଲିଉଡରେ ଡେବ୍ୟୁ କରିଥିଲେ । ବାଜିଗରର ନିର୍ଦ୍ଦେଶନା ଦେଇଥିଲେ ଆବ୍ଦାସ ମସ୍ତାନ। ଏହି ରୋମାଣ୍ଟିକ ଥ୍ରୀଲରରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଶାହରୁଖ, କାଜୋଲ ଓ ଶିଳ୍ପା ସେଟ୍ଟୀ। ଫିଲ୍ମରେ ଶାହରୁଖଙ୍କୁ ନେଗେଟିଭ୍‌ କ୍ୟାରେକ୍ଟରରେ ଦେଖିବାକୁ ମିଳିଥିଲା। ଗୀତଗୁଡିକ ଲୋକପ୍ରିୟ ହେବା ସହ ଫିଲ୍ମ ହୋଇଥିଲା ସୁପରହିଟ୍‌।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.