Below header

ବିଧାନସଭାରେ ପ୍ରଥମ ଦିନରେ ବିରୋଧୀଙ୍କ ହୋହଲ୍ଲା, ଚାଲିପାରିଲାନି ପ୍ରଶ୍ନକାଳ

ଭୁବନେଶ୍ବର(କେନ୍ଯୁଜ୍) : ବିଧାନସଭାରେ ପ୍ରଥମ ଦିନରେ ବିରୋଧୀଙ୍କ ହୋହଲ୍ଲା । ଚାଲିପାରିଲାନି ପ୍ରଶ୍ନକାଳ । ଶୋକ ପ୍ରସ୍ତାବ ଶେଷ ହେବା ପରେ ପ୍ରଶ୍ନକାଳ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ ବାଚସ୍ପତି । ଏହା ପରେ ନିଜ ଆସନରୁ ଉଠି ଆସିଥିଲେ କଂଗ୍ରେସ ଦଳର ସଦସ୍ୟମାନେ । ଗୃହ ମଧ୍ୟଭାଗକୁ ଯାଇ କଂଗ୍ରେସ ସଦସ୍ୟମାନେ ଚାଷୀ ପ୍ରସଙ୍ଗରେ ହୋହଲ୍ଲା କରିଥିଲେ । ଫଳରେ ବାଚସ୍ପତି ଦିନ ୧୨ଟା ୧୪ ପର୍ଯ୍ଯନ୍ତ ଗୃହକୁ ମୁଲତବୀ ରଖିଥିଲେ । ଏହାପରେ ପୁଣି ଗୃହ କାର୍ଯ୍ଯ ଆରମ୍ଭ ହୋଇଥିଲା, ହେଲେ ପୁଣି ହୋହଲ୍ଲା ହେବାରୁ ଆସନ୍ତାକାଲି ପର୍ଯ୍ଯନ୍ତ ଗୃହକୁ ମୁଲତବୀ ରଖାଯାଇଥିଲା ।

G1ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର । ସେ କହିଛନ୍ତି ପ୍ରଶ୍ନକାଳ ବାତିଲ କରି ଆମେ ଚାଷୀଙ୍କ ସଂପର୍କରେ ଆଲୋଚନା କରିବାକୁ ଚାହୁଁଥିଲୁ । କିନ୍ତୁ ସରକାର ଚାଷୀଙ୍କ ସମ୍ବିଧାନିକ ଅଧିକାର ଛଡେଇ ନେଇଛନ୍ତି । ଚାଷୀଙ୍କ ଆନ୍ଦୋଳନ ଅଗଣତାନ୍ତ୍ରିକ ଭାବେ ଭଂଡୁର କରିଛନ୍ତି । ଚାଷୀଙ୍କ ପାଇଁ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ନରସିଂହ ମିଶ୍ର । ସେପଟେ ବିଜେପି ବିଧାୟକ ରବି ନାୟକ କହିଛନ୍ତି ରାଜ୍ୟରେ ଚାଷୀ ସମସ୍ୟା ବଢିବାରେ ଲାଗିଛି । ଏସଂପର୍କରେ ବିଧାନସଭାରେ ଆଲୋଚନା ହେବା ଆବଶ୍ୟକ । ସେହିପରି ବିଜେଡି ବିଧାୟକ ସମୀର ଦାସ କହିଛନ୍ତି, ହୋହଲ୍ଲା କରି ଗୃହ ବନ୍ଦ କରିବା ଗଣତତନ୍ତ୍ର ପାଇଁ ଶୁଭଙ୍କର ନୁହଁ । ପ୍ରଶ୍ନକାଳ ସରିବା ପରେ ଏପ୍ରସଙ୍ଗରେ ଆଲୋଚନା ହୋଇପାରିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.