Below header

ପଶ୍ଚିମବଙ୍ଗରେ ପ୍ରବଳ ବର୍ଷା ସହିତ ଘୂର୍ଣ୍ଣିଝଡ, ୪ ମୃତ

ପଶ୍ଚିମବଙ୍ଗରେ ପ୍ରବଳ ବର୍ଷା ଓ ଭୟଙ୍କର ଘୂର୍ଣ୍ଣିଝଡ। ୪ ମୃତ, ୧୦୦ରୁ ଅଧିକ ଆହତ। ଜଲପାଇଗୁଡିରେ ପ୍ରଳୟ ରଚିଛି ଘୂର୍ଣ୍ଣିଝଡ । ବହୁ କୋଠର ଘର ଭାଙ୍ଗିବା ସହ ବ୍ୟାପକ ଫସଲହାନୀ ହୋଇଛି।

ପଶ୍ଚିମବଙ୍ଗରେ ପ୍ରବଳ ବର୍ଷା ଓ ଭୟଙ୍କର ଘୂର୍ଣ୍ଣିଝଡ। ୪ ମୃତ, ୧୦୦ରୁ ଅଧିକ ଆହତ। ଜଲପାଇଗୁଡିରେ ପ୍ରଳୟ ରଚିଛି ଘୂର୍ଣ୍ଣିଝଡ । ବହୁ କୋଠର ଘର ଭାଙ୍ଗିବା ସହ ବ୍ୟାପକ ଫସଲହାନୀ ହୋଇଛି। ରାସ୍ତାରେ ବଡବଡ ଗଛ ପଡିରହିଥିବାରୁ କିଛି ଅଞ୍ଚଳରେ ଗମନା ଗମନ ଠପ୍ପ ହୋଇଛି । ବିଦ୍ୟୁତ ଖୁଣ୍ଟ ଉପାଡିବା ପରେ ବହୁ ଅଞ୍ଚଳ ଅନ୍ଧାରରେ ରହିଛି।

ପ୍ରଶାସନ ପକ୍ଷରୁ ଜୋରସୋରରେ ଉଦ୍ଧାର କାମ ଚାଲିଛି । ଆଜି ଅପରାହ୍ନରେ ଘୂର୍ଣ୍ଣିଝଡ ସହ ପ୍ରବଳ ବର୍ଷା ହୋଇଥିଲା। ଏପଟେ ଆସାମରେ ବି ଘୂର୍ଣ୍ଣିଝଡ ପରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ମଣିପୁରରେ ବି ପ୍ରବଳ ବର୍ଷା ଓ ପବନ ଯୋଗୁଁ ବହୁ ଘର ଭାଙ୍ଗିଛି । ଲୋକମାନଙ୍କୁ ଅସ୍ଥାୟୀ ଶିବିରକୁ ସ୍ଥାନାନ୍ତର କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.