ଏହି ଅଟୋ ଚାଳକଙ୍କ ନାଁରେ ଅଭିଯୋଗ, ନିଶା ଦେଇ କରୁଛନ୍ତି ଲୁଟ୍‌

ଏହି ଅଟୋଟିକୁ ସମ୍ପୂର୍ଣ ନଜର କରନ୍ତୁ l ଭଲ ଭାବରେ ଦେଖି ରଖନ୍ତୁ l ଏହାର ନମ୍ବର ମଧ୍ୟ ଟିପି ରଖନ୍ତୁ । ଏହେଉଛି ସେହି ଅଟୋ ଯେଉଁ ଅଟୋରେ ଦୁଇ ଯୁବକ ଲୋକଙ୍କୁ ଲୁଟୁଥିଲେ । ଚହଟ ଚିକ୍କଣ କଥା କହି ଲୋକଙ୍କୁ ଫସାଇ ଆପଣାର କରନ୍ତି l ତାପରେ ମଝି ବାଟରେ କୋଉଠି ଗାଡି ରଖି ଚାହା ପିଇବା ଆଳରେ ନିଶା ଟାବଲେଟ ମିଶାଇ ଯାତ୍ରୀମାନଙ୍କୁ ଦିଅନ୍ତି l ଯାତ୍ରୀ ବେହୋସ ହେଲା ପରେ ଏକ ନିଛାଟିଆ ସ୍ଥାନକୁ ନେଇ ତାଙ୍କ ଠାରୁ ସବୁ ଲୁଟି ନେଇ ଯାତ୍ରୀକୁ ରାସ୍ତା କଡ଼ରେ ଫିଙ୍ଗି ଦେଇ ଚାଲି ଯାଆନ୍ତି l

ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶ ପାଇଥିବା ଦେଖିଥିବେ କି ନିଶା ଦେଇ ଲୁଟେରାମାନେ କିଭଳି ଲୋକଙ୍କୁ ଲୁଟ କରିଛନ୍ତି l ଲୁଟ୍‌ ପରେ ନିଶାଗ୍ରସ୍ତ ଅବସ୍ଥାରେ ରାସ୍ତା କଡରେ ପିଙ୍ଗି ଦେଇ ଚାଲି ଯାଇଛନ୍ତି l ତେବେ ଆଜି ଏମିତି ଏକ ଅଟୋକୁ ଆପଣମାନଙ୍କ ସମ୍ମୁଖକୁ ଆଣୁଛୁ ଯାହାକି ଲୁଟ୍‌ର ବାହନ ବନିଥିଲା । ଆପଣମାନଙ୍କୁ ସତର୍କ କରିବା ଲାଗି ଏହି ଅଟୋଟିକୁ ଆମେ ଭଲ କରି ଦେଖାଇବୁ । ଆପଣମାନେ ନିଜେ ସତର୍କ ହେବେ ଆଉ ଅନ୍ୟକୁ ମଧ୍ୟ ସତର୍କ କରାଇ ପାରିବେ l ତେବେ ଏ ଅଟୋଟିର ଆଗ ସାମନା ପଟ ରଙ୍ଗ ଦେଖିବାକୁ ସବୁଜ । ଉପରେ ଛୋଟ ଧଳା ନାଲି ଗାର ପଡିଛି l ଅଟୋ ସାମ୍ନା କାଚର ଠିକ୍‌ ଉପରେ ‘ମା’ ଲେଖା ସହିତ ଇଂରାଜୀରେ ‘ଜୟ ଜଗନ୍ନାଥ’ ଲେଖା ହୋଇଛି l

ଗାଡି ଆଗରେ ନମ୍ବର ଲାଗିଛି । ଏହା ସହିତ ପଛରେ ମଧ୍ୟ ସେହି ନମ୍ବର ପ୍ଲେଟ୍‌ ଲାଗିବା ସହିତ ନାଲି ଧଳା ନୀଳ ଲଙ୍ଗର ଗାର ପଡିଛି l ଭିତରେ ଅଟୋର ଚାଳକ ସିଟ ତଳେ ଗୋଟିଏ ସିଲିଣ୍ଡର ଲାଗିଛି l ନାଲି ଧଳା ରଙ୍ଗ ସହିତ ଚାଳକ ସିଟ୍‌୍‌ଟି ଧଳା ରଙ୍ଗର । ସେଥିରେ କିଛି ଫୋନ ନମ୍ବର ଲେଖା ହୋଇଛି l ପଛରେ ଯାତ୍ରୀ ବସିବା ସିଟ୍‌୍‌ର ରଙ୍ଗ ସବୁଜ ଏବଂ ସିଟ ଚିରି ଯାଇ ସେଲୋ ଟେପ ଲଗା ଯାଇଛି l ଏହି ଅଟୋଟିକୁ ସମ୍ପୂର୍ଣ ନଜର କରନ୍ତୁ l ଭଲ ଭାବରେ ଦେଖି ରଖନ୍ତୁ l ଏହାର ନମ୍ବର ମଧ୍ୟ ଟିପି ରଖନ୍ତୁ । ଏହେଉଛି ସେହି ଅଟୋ ଯେଉଁ ଅଟୋରେ ଦୁଇ ଯୁବକ ଲୋକଙ୍କୁ ଲୁଟୁଥିଲେ । ସେମାନେ ହେଲେ ବୁଦ୍ଧିଆ ସ୍ୱାଇଁ ଓରଫ ବୁଦ୍ଧିଆ ଏବଂ ଗୁଡ଼ୁ ନାୟକ ଓରଫ ମୁନା । ରାସ୍ତାରେ ଯାଉଥିବା ଯୁବକ କିମ୍ବା ବୃଦ୍ଧମାନଙ୍କୁ ଆଗ ଅନୁମାନ କରନ୍ତି । ଏମାନଙ୍କ ପାଖରେ ଟଙ୍କା ଅଳଙ୍କାର ଅଛିକି ନାହିଁ ତାକୁ ଭଲ ଭାବେ ଲକ୍ଷ୍ୟ କରନ୍ତି l ତାପରେ ସେମାନଙ୍କୁ ଡାକି ନିଜ ଜାଲରେ ଫସାଇ ଏହି ଅଟୋରେ ବସାଇ କିଛି ବାଟ ଗଲା ପରେ ବନ୍ଧୁ ବନି ଯାଆନ୍ତି । ଚହଟ ଚିକ୍କଣ କଥା କହି ଲୋକଙ୍କୁ ଫସାଇ ଆପଣାର କରନ୍ତି l ତାପରେ ମଝି ବାଟରେ କୋଉଠି ଗାଡି ରଖି ଚାହା ପିଇବା ଆଳରେ ନିଶା ଟାବଲେଟ ମିଶାଇ ଯାତ୍ରୀମାନଙ୍କୁ ଦିଅନ୍ତି l ଯାତ୍ରୀ ବେହୋସ ହେଲା ପରେ ଏକ ନିଛାଟିଆ ସ୍ଥାନକୁ ନେଇ ତାଙ୍କ ଠାରୁ ସବୁ ଲୁଟି ନେଇ ଯାତ୍ରୀକୁ ରାସ୍ତା କଡ଼ରେ ଫିଙ୍ଗି ଦେଇ ଚାଲି ଯାଆନ୍ତି l ବୁଦ୍ଧିଆ ସ୍ୱାଇଁ ଆଉ ଗୁଡ୍ଡୁ ନାୟକ ଏଇ ନିକଟରେ ଜଣେ ବୃଦ୍ଧ ବ୍ୟବସାୟୀଙ୍କ ଠାରୁ ଠିକ୍‌ ଏଇ କୌଶଳରେ ଚାଳିଶ ହଜାର ଟଙ୍କା ଓ ଅନ୍ୟାନ୍ୟ ଜିନିଷ ଲୁଟି ନେଇଥିଲେ । ତାପରେ ଅଦରକାରୀ ଭଳି ବୃଦ୍ଧ ଜଣଙ୍କୁ କଟକ କନ୍ଦରପୁର ନିକଟରେ ଫୋପାଡ଼ି ଦେଇ ଚାଲି ଯାଇଥିଲେ l

ତେବେ ଘଟଣାର ଛାନବିନ୍‌ କରି ପୋଲିସ ଗୁଡ୍ଡୁ ନାୟକ ଏବଂ ବୁଦ୍ଧିଆ ସ୍ବାଇଁକୁ ଗିରଫ କରିଛି l ଏମାନଙ୍କ ନାମରେ ଆଗରୁ ଅନେକ ନିଶା ଦେଇ ଲୁଟ ମାମଲା ରହିଛି l ତେଣୁ ଆପଣମାନଙ୍କୁ ଏ ଅଟୋ ଜରିଆରେ ସଚେତନ କରାଉଛୁ । ଆଉ ଅନୁରୋଧ କରୁଛୁ କି ପୋଲିସ୍‌ ଏହି ଦୁଇ ପେସାଦାର ଲୁଟେରାଙ୍କ ଫଟୋ ସବୁ ଜାଗାରେ ମାରି ଲୋକଙ୍କୁ ସଚେତନ କରାଇବା ଦରକାର । ଅନ୍ୟପଟେ ଆମେ ଅଟୋଟିର ସମ୍ପୂର୍ଣ୍ଣ ତଥ୍ୟ ଆପଣମାନଙ୍କ ସମ୍ମୁଖରେ ରଖୁଛୁ । ଆପଣମାନେ ଯିବା ଆସିବା ବେଳେ ଏହି ଅଟୋଟିକୁ ନଜର କରିବେ । ଯଦି ନଜରକୁ କିଛି ଘଟଣା ଆସେ ତେବେ ନିକଟସ୍ଥ ପୋଲିସ ଷ୍ଟେସନ କିମ୍ବା 112 ନମ୍ବରକୁ ଜଣାନ୍ତୁ l ଯାହା ଫଳରେ ଅନ୍ୟ ଲୋକ ଓ ପୋଲିସ୍‌ ବି ସତର୍କ ହେବ । ତେବେ ଏଭଳି ଲୁଟରେ ଅଟୋର ସିନା କିଛି ଦୋଷ ନାହିଁ ହେଲେ ତାକୁ ବ୍ୟବହାର କରୁଥିବା ଲୋକ ହିଁ ଅପରାଧୀ । ତଥାପି ଜବତ ହୋଇଛି ଏହି ଅଟୋଟି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.