ଶୋଇଥିବା ବେଳେ ଘରେ ନିଆଁ ଲାଗି ଗୋଟିଏ ପରିବାରର ୪ ସଦସ୍ୟ ମୃତ

ଗୁଜୁରାଟ ଦେବଭୋମି ଦ୍ୱାରକା ଜିଲ୍ଲାରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଘରେ ନିଆଁ ଲାଗି ପରିବାରର ୪ ଜଣଙ୍କ ମୃତ୍ୟୁ ଘଟିଛି । ନିଆଁ ଲାଗିଯାଇଥିବାରୁ ପରିବାରର ଚାରିଜଣ ସଦସ୍ୟ ଝିଅ ସମେତ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ବରଣ କରିଛନ୍ତି ।

ଗୁଜୁରାଟ ଦେବଭୋମି ଦ୍ୱାରକା ଜିଲ୍ଲାରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଘରେ ନିଆଁ ଲାଗି ପରିବାରର ୪ ଜଣଙ୍କ ମୃତ୍ୟୁ ଘଟିଛି । ନିଆଁ ଲାଗିଯାଇଥିବାରୁ ପରିବାରର ଚାରିଜଣ ସଦସ୍ୟ ଝିଅ ସମେତ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ବରଣ କରିଛନ୍ତି ।

ପୋଲିସ କହିବା ଅନୁଯାୟୀ, ଦ୍ୱାରକା ସହରର ଆଦିତ୍ୟ ରୋଡରେ ଅବସ୍ଥିତ ଘରର ପ୍ରଥମ ମହଲାରେ ଅପରାହ୍ନ ୩.୩୦ ସମୟରେ ଅଗ୍ନିକାଣ୍ଡ ଘଟିଥିଲା । ପରିବାରର ପାଞ୍ଚଜଣ ସଦସ୍ୟ ଶୋଇଥିଲେ । ସେ କହିଛନ୍ତି ଯେ, ନିଆଁ ଲାଗିବା ପରେ ଘରେ ବିଜୁଳି କଟିଯାଇଥିଲା ଯେଉଁଥିପାଇଁ ପରିବାର ସଦସ୍ୟମାନେ ବାହାରକୁ ବାହାରିବା ପାଇଁ ଦ୍ୱାର ଦେଖି ପାରିନଥିଲେ । ଯାହାଫଳରେ ସେମାନଙ୍କ ମୃତ୍ୟୁ ଘଟିଛି । ମୃତକ ମାନେ ହେଉଛନ୍ତି ପୱନ ଉପାଧ୍ୟାୟ (୩୯), ତାଙ୍କ ପତ୍ନୀ ତିଥୀ (୨୯), ଝିଅ ଧିନା ଏବଂ ମା ଭବାନୀବେନ (୬୯) ବୋଲି ଜଣାପଡିଛି ।

ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିବା ପରେ ସେମାନେ ଦେଖିଲେ ଯେ ଜଣେ ବ୍ୟକ୍ତି, ତାଙ୍କ ପତ୍ନୀ, ତାଙ୍କର ଆଠ ମାସର ଝିଅ ଏବଂ ତାଙ୍କ ମା ଘରର ପ୍ରଥମ ମହଲାରେ ଚେତାଶୂନ୍ୟ ଅବସ୍ଥାରେ ପଡ଼ିଛନ୍ତି । ତାଙ୍କୁ ତୁରନ୍ତ ସରକାରୀ ଡାକ୍ତରଖାନା ନିଆଯାଇଥିଲା ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ତେବେ ଉକ୍ତ ବ୍ୟକ୍ତିଙ୍କ ଜେଜେମା ଘରର ତଳ ମହଲାର ଏକ କୋଠରୀରେ ଶୋଇଥିଲେ ସେଥିପାଇଁ ସେ ନିରାପଦରେ ପଳାଇ ଯାଇଥିଲେ । ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନଥିବା ବେଳେ ଅଧିକାରୀ କହିଛନ୍ତି ଯେ ଏହା ଅତ୍ୟଧିକ ଗରମ ହେବା ପରେ ଏସି ବିସ୍ଫୋରଣ ହେତୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ସେ କହିଛନ୍ତି ଯେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜାଣିବାକୁ ଫୋରେନସିକ୍ ବିଶେଷଜ୍ଞମାନେ ଚେଷ୍ଟା କରୁଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.