Below header

ପତ୍ନୀଙ୍କୁ ହତ୍ୟା କରିବା ପରେ ସ୍ୱାମୀ ଶଳାକୁ ଫୋନ କଲା କହିଲା ଆସ୍‌ ତୋ ଭଉଣୀକୁ ମାରିଦେଇଛି ନେଇଯିବୁ

ଭିଣୋଇ ପାଖରୁ ଏମିତି କଥା ଶୁଣିବା ପରେ ଧାଇଁ ଆସିଲା ଶଳା । ଆଉ ଆସିଲାବେଳକୁ ସବୁକିଛି ହୋଇଯାଇଥିଲା ଶେଷ ।

ମୁଁ ତୁମ ଭଉଣୀକୁ ହତ୍ୟା କରିଛି, ଆସି ତା’ର ଅନ୍ତିମ ସଂସ୍କାର କର। ପତ୍ନୀଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ସ୍ୱାମୀ ଶଳାକୁ ଫୋନ କରି ଏକଥା କହିବା ପରେ ଶାଶୁଘର ଲୋକେ ଆଶ୍ଚର୍ଯ୍ୟ। ପତ୍ନୀଙ୍କୁ ହତ୍ୟା କରିବାର ଏହି ଘଟଣାଟି ବିହାରର ଦରଭଙ୍ଗାର। ହତ୍ୟା କରିବା ପରେ ଅଭିଯୁକ୍ତ ସ୍ୱାମୀ ଫେରାର ହୋଇଯାଇଛି।

ସ୍ତ୍ରୀକୁ ମାରିସାରିବା ପରେ ଶଳାକୁ ଫୋନ୍‌ କଲା ଭିଣୋଇ । ମାରିଦେଇଛି ଏବେ ଆସେ ତୋ ଭଉଣୀର ଅନ୍ତିମ ସଂସ୍କାର କରିବୁ । ଭିଣୋଇ ପାଖରୁ ଏମିତି କଥା ଶୁଣିବା ପରେ ଧାଇଁ ଆସିଲା ଶଳା । ଆଉ ଆସିଲାବେଳକୁ ସବୁକିଛି ହୋଇଯାଇଥିଲା ଶେଷ । ଆଉ ଭିଣୋଇ ହୋଇଯାଇଥିଲା ଫେରାର । ତେବେ କଣ ହେଲା କାହିଁକି ଏମିତି ଏକ ଜଘନ୍ୟ ହତ୍ୟାକାଣ୍ଡ ଭିଆଇଲା ସ୍ୱାମୀ । ସ୍ତ୍ରୀକୁ ହତ୍ୟା କରି ଶଳାକୁ ଫୋନ୍‌ କରି କାହିଁକି ଏମିତି କହିଲା । ଆସନ୍ତୁ ଜାଣିବା ପୂରା ଖବର ।

ଅଭିଯୁକ୍ତ ସ୍ୱାମୀ ସନ୍ଦେହ କରିଥିଲେ ଯେ ପତ୍ନୀ ତାଙ୍କଠାରୁ ଟଙ୍କା ଚୋରି କରି ତାଙ୍କ ଭାଇକୁ ଟଙ୍କା ପଠାଉଥିଲେ। ପାଟନା ଜିଲ୍ଲାର ବାହାଦୁରପୁର ଥାନା ଅନ୍ତର୍ଗତ ପିତର ଓପି କିଦିଲପୁର ଡ୍ୟାମ ଟୋଲାରେ ଏହି ଅଭାବନୀୟ ଘଟଣା ଘଟିଛି। ଯାହା ସୂଚନା ରହିଛି ଯେ ସ୍ତ୍ରୀକୁ ଗଳା କାଟି ହତ୍ୟା କରି ଶାଳକକୁ ଫୋନ୍ କରି କହିଲା ସ୍ଵାମୀ। କହିଲା ତୁମ ଭଉଣୀର ମୃତଦେହ ମୋ ଘରେ ପଡିଛି, ତୁମ ଭଉଣୀର ମୃତଦେହ ଆସି ନେଇ ଯାଅ।

ମୃତଦେହ ନିକଟରେ କାନ୍ଦୁଥିଲେ ତାର ୪ସନ୍ତାନ। ପିଲାଙ୍କ କାନ୍ଦକୁ ଖାତିର ନକରି ସ୍ତ୍ରୀର ଗଳାଚିପି ହତ୍ୟାକଲା ସ୍ଵାମୀ କର୍ପୁରି ଦାସ। ଯେତେବେଳେ ସେ ତାଙ୍କ ଭିଣୋଇଙ୍କୁ ଫୋନ୍ କରି ଏ ବିଷୟରେ ଜଣାଇଥିଲେ, ସେତେବେଳେ ସେ ଭାବିଥିଲେ ଯେ କେହି ତାଙ୍କ ସହ ମଜାକ କରୁଛନ୍ତି। କିଛି ସମୟ ପରେ ଅନ୍ୟ ଲୋକମାନେ ମଧ୍ୟ ହତ୍ୟାକାଣ୍ଡ ସମ୍ପର୍କରେ ଯେତେବେଳେ ତାଙ୍କୁ ସୂଚନା ଦେଲୋ ସେତେବେଳେ ଦୌଡ଼ି ଆସି ଭଉଣୀଙ୍କ ଘରେ ଭଉଣୀର ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଘଟଣା ସମ୍ପର୍କରେ ଖବର ପାଇ ପାଟର ଓପି ଥାନା ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ହେଲେ ପୋଲିସ ପହଞ୍ଚିବା ପୂର୍ବରୁ ସ୍ବାମୀ କର୍ପୂରୀ ଦାସ ଫେରାର ହୋଇଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.