Below header

ଦିନ ଦିପ୍ରହରରେ ଲୁଟ, ବନ୍ଧୁକ ମୁନରେ ଲୁଟିନେଲେ ୨୦ ଲକ୍ଷ ଟଙ୍କାର ସୁନା

ଦିନ ଦିପ୍ରହରରେ ସୁନା ଦୋକାନରୁ ବନ୍ଧୁକ ମୁନରେ ଲୁଟ । ସମ୍ବଲପୁର ସଦର ଥାନା ଅଂଚଳର ମାନେଶ୍ବର ମାନଧାତା ବାବା ଜୈଲେରୀରୁ ହୋଇଛି ଲୁଟ । ୫ ଜଣ ସଶସ୍ତ୍ର ଡକାୟତ ମୁଖା ପିନ୍ଧି ଦୋକାନ ମାଲିକଙ୍କୁ ବନ୍ଧୁକ ଦେଖାଇ ଲୁଟ କରିଥିଲେ।

ସମ୍ବଲପୁର : ଦିନ ଦିପ୍ରହରରେ ସୁନା ଦୋକାନରୁ ବନ୍ଧୁକ ମୁନରେ ଲୁଟ । ସମ୍ବଲପୁର ସଦର ଥାନା ଅଂଚଳର ମାନେଶ୍ବର ମାନଧାତା ବାବା ଜୈଲେରୀରୁ ହୋଇଛି ଲୁଟ । ୫ ଜଣ ସଶସ୍ତ୍ର ଡକାୟତ ମୁଖା ପିନ୍ଧି ଦୋକାନ ମାଲିକଙ୍କୁ ବନ୍ଧୁକ ଦେଖାଇ ଲୁଟ କରିଥିଲେ।

ଡକାୟତମାନେ ଗୋଟିଏ ପଲସର ଓ ସାଇନ ବାଇକରେ ଆସି ଲୁଟ କରିଥିଲେ । ତେଵେ ୨୦ ଲକ୍ଷ ଟଙ୍କାର ସୁନା ଲୁଟ କରିଥିବା ଅଭିଯୋଗ ହୋଇଛି।  ଘଟଣା ସ୍ଥଳକୁ ସଦର ଥାନା ପୋଲିସ ପହଞ୍ଚି  ସିସିଟିଭି ଫୁଟେଜ ନେଇ ଛାନ ଭିନ ଆରମ୍ଭ କରୁଛି । ସେପଟେ ଲୁଟ ପରେ ମାନେଶ୍ଵର ଅଂଚଳରେ ବିଭିନ୍ନ ସ୍ଥାନରେ ପୋଲିସ କଡାକଡି ଯାଂଚ କରୁଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.