ଭାରସାମ୍ୟ ହରାଇ ୧୦ ଫୁଟ ତଳକୁ ଖସିଲା କାର୍, ୨ ଆହତ

ଗଜପତି ଜିଲ୍ଲା ସେରଙ୍ଗ ଥାନା ଅନ୍ତର୍ଗତ ଦୋଘରିଆ ନିକଟବର୍ତ୍ତି ଘାଟିରେ ଭାରସାମ୍ୟ ହରାଇ ୧୦ ଫୁଟ ତଳକୁ ଖସିଲା କାର୍ । ଏଥିରେ ୨ ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ଜଣାଯାଇଛି ।

ନୂଆଗଡ : ଗଜପତି ଜିଲ୍ଲା ସେରଙ୍ଗ ଥାନା ଅନ୍ତର୍ଗତ ଦୋଘରିଆ ନିକଟବର୍ତ୍ତି ଘାଟିରେ ଭାରସାମ୍ୟ ହରାଇ ୧୦ ଫୁଟ ତଳକୁ ଖସିଲା କାର୍ । ଏଥିରେ ୨ ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ଜଣାଯାଇଛି । ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଗୁରୁତର ଜଣକ ହେଲେ ନୂଆଗଡ ଗାଁର ୨୬ ବର୍ଷୀୟ ସନ୍ଦୀପ କୁମାର୍ ଲିମା।

ସୂଚନା ଅନୁଯାୟୀ ନୂଆଗଡ ଗାଁର ସନ୍ଦୀପ କୁମାର୍ ଲିମା ଏବଂ ତାଙ୍କ ସାଙ୍ଗ ଅଖିଳ ଗୋର୍ଲେ ଏକ କାର (OD 14 H 1163) ଯୋଗେ କୌଣସି କାମରେ ଖଜୁରୀପଦା ଯାଇଥିଲେ। କାମ ସାରି ଫେରିବା ବେଳେ ଦୋଘରିଆ ନିକଟବର୍ତ୍ତି ଘାଟିରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା କାର।

କିଛି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ଖଜୁରୀପଦା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.