Below header

ଲକଡାଉନରେ ପ୍ରବାସୀ ଶ୍ରମିକଙ୍କ ମନୋବଳ ଦୃଢ଼ କରିବା ପାଇଁ ଦିଲ୍ଲୀ ପୋଲିସ ଗାଇଲା ଗୀତ, ଭାଇରଲ ହେଉଛି Video

ଉତ୍ତର ଦିଲ୍ଲୀର DCP ନିଜ ଟୁଇଟର ହ୍ୟାଣ୍ଡେଲରୁ ଏକ ଭିଡ଼ିଓ ଟୁଇଟ କରିଛନ୍ତି। ଏହି ଭିଡ଼ିଓରେ ଦିଲ୍ଲୀ ପୋଲିସର ଏଏସଆଇ ଚନ୍ଦ୍ରଣ ପ୍ରବାସୀ ଶ୍ରମିକଙ୍କ ମନୋବଳ ବଢାଇବା ପାଇଁ ଗୀତ ଗାଉଥିବାର ନଜର ଆସୁଛନ୍ତି। ଭିଡ଼ିଓଟି Civil Lines Ludlow Castleର, ଯେଉଁଠି ପ୍ରବାସୀ ଶ୍ରମିକ ଅସ୍ଥାୟୀ ରୂପେ ରହିବା ପାଇଁ ବ୍ୟବସ୍ଥା କରାଯାଇଛି।

ରିପୋର୍ଟ ମୁତାବକ, ଏହି ସ୍ଥାନକୁ ଯାଇ ପୋଲିସ ସେମାନଙ୍କ ମନୋବଳ ବଢାଇବା ସହ ସେମାନଙ୍କ ଜରୁରୀ ଆବଶ୍ୟକ ଜିନିଷକୁ ନେଇ କଥାବାର୍ତ୍ତା କରିଛି। ସାରା ଦେଶରେ ଏବେ ଲକଡାଉନ ଯୋଗୁ ଗରିବ, ବେସାହାରା ଓ ଦିନ ମଜୁରିଆମାନଙ୍କ ଅବସ୍ଥା ବହୁତ ଖରାପ ହୋଇଯାଇଛି। ଏଥିପାଇଁ କେନ୍ଦ୍ର ସରକାର, ରାଜ୍ୟ ସରକାରମାନଙ୍କୁ ଆଦେଶ ଜାରି କରିଛନ୍ତି କି, ଏଭଳି ସଙ୍କଟ ସ୍ଥିତିରେ ଗରିବ ଲୋକଙ୍କୁ ମାଗଣାରେ ଖାଦ୍ୟ ଯୋଗାଇ ଦିଆଯାଉ।

କେବଳ ଏତିକି ନୁହେଁ, ସରକାର ସେମାନଙ୍କ ପାଇଁ ସହାୟତା ଅଭିଯାନ ମଧ୍ୟ ଚଳାଇଛନ୍ତି, ଯାହା ଅଧୀନରେ ଗରିବ ଶ୍ରମିକ, ଦିନ ମଜୁରିଆମାନଙ୍କୁ ଖାଦ୍ୟ ସାମଗ୍ରୀ ଉପଲବ୍ଧ କରାଯାଉଛି। ଦିଲ୍ଲୀ ପୋଲିସ ନିକଟରେ 50 ଲକ୍ଷ ଖାଦ୍ୟ ପ୍ୟାକେଟ ଗରିବଙ୍କୁ ବାଣ୍ଟିଥିଲା। ତେବେ ସୋସିଆଲ ମିଡିଆରେ ଭାଇରଲ ହେଉଥିବା ଏହି ଭିଡ଼ିଓକୁ ଖୁବ ପ୍ରଶଂସା କରାଯାଉଛି। ଏ ପର୍ଯ୍ୟନ୍ତ ଏହାକୁ 900ରୁ ଅଧିକ ଲୋକ ଦେଖିସାରିଲେଣି। ୟୁଜରମାନେ ଦିଲ୍ଲୀ ପୋଲିସକୁ ବାଃ ବାଃ କରୁଥିବା ବେଳେ ଜଣେ ୟୁଜର ଦିଲ୍ଲୀ ପୋଲିସକୁ ‘ଦିଲ କି ପୋଲିସ’ ମଧ୍ୟ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.