Below header

ଦୁଷ୍କର୍ମର ରାଜଧାନୀ ଦିଲ୍ଲୀ, କେବଳ ୧୫ ଜୁଲାଇ ମଧ୍ୟରେ ହୋଇଛି ୧୧୭୬ ମାମଲା ରୁଜୁ

ଦୁଷ୍କର୍ମର ରାଜଧାନୀ ଦିଲ୍ଲୀ । ଦିନକୁ ଦିନ ବଢିଚାଲିଛି ଦୁଷ୍କର୍ମ । ନିର୍ଭୟା କାଣ୍ଡର ୭ ବର୍ଷ ପରେ ମଧ୍ୟ ଚିନ୍ତାଜନକ ସ୍ଥିତିରେ ମହିଳାଙ୍କ ସୁରକ୍ଷା। ସାଧାରଣଜନତା ବୁଝିପାରୁନାହାଁନ୍ତି କାହିଁକି ଏତେ ଅସହାୟ ଦିଲ୍ଲୀ ପୋଲିସ୍ ? ଯେଉଁ ସହରରେ କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟ, ଅପରାଧ ମାମଲାରେ ତାର ଅବସ୍ଥା ଏତେ ଭୟାବହ କାହିଁକି ।

ଏକ ରିପୋର୍ଟ ମୂତାବକ, ପ୍ରତିଦିନ ଦୁଷ୍କର୍ମ ମାମଲା ହାରାହାରି ୬ ଏବଂ ଅସଦାଚରଣର ୮ ମାମଲା ରୁଜୁ ହେଉଛି । ଚଳିତ ବର୍ଷ ଜୁଲାଇ ୧୫ ମଧ୍ୟରେ ଦୁଷ୍କର୍ମର ୧୧୭୬ ମାମଲା ରୁଜୁ କରାଯାଇଛି । ସେହିପରି ଚଳିତ ବର୍ଷ ୧୫ ଜୁଲାଇ ମଧ୍ୟରେ ଅସଦାଚରଣର ୧୫୮୯ ମାମଲା ରୁଜୁ ହୋଇଥିବା ଗତ ବର୍ଷ ଏହି ସଂଖ୍ୟା ଥିଲା ୧୭୮୦ । ୨୦୧୭ ରେ ୩୪୨୨ ମାମଲା ରୁଜୁ ହୋଇଥିଲା ।

ତେବେ ପୋଲିସ ରିପୋର୍ଟ ଅନୁଯାୟୀ, ଦୁଷ୍କର୍ମର ଅଧିକାଂଶ ଘଟଣାରେ ପୀଡିତାଙ୍କ ଚିହ୍ନା ପରିଚିତ ହୋଇଥାନ୍ତି ଅଭିଯୁକ୍ତ । ୨୦୧୬ ଏବଂ ୨୦୧୭ରେ ଦୁଷ୍କର୍ମ ମାମଲାରେ କ୍ରମଶଃ ୩.୩୬ ଏବଂ ୩.୩୭ ପ୍ରତିଶତ ବାହାର ଲୋକ ଗିରଫ ହୋଇଥିଲେ । ଏବେ ଦିଲ୍ଲୀରେ ଦୁଷ୍କର୍ମର ଏହି ନୂଆ ଆକଳନ ସମସ୍ତଙ୍କୁ ସ୍ତବ୍ଧ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.