ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟରେ ତାଲା, ସ୍କୁଲ ଆଗରେ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଅଭିଭାବକ

ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟରେ ତାଲା। ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ। କଳାହାଣ୍ଡିର ନର୍ଲା ବ୍ଲକ ଧୃକୁଟୀ ଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରେ ଦୀର୍ଘ ଦିନ ହେବ ଶିକ୍ଷକ ଅଭାବ ରହିଛି। ୧୩୦ଜଣ ଛାତ୍ରଛାଚ୍ରୀଙ୍କ ପାଇଁ ମାତ୍ର ୫ଜଣ ଶିକ୍ଷକ ଅଛନ୍ତି। ୯ମ ଓ ୧୦ମ ଶ୍ରେଣୀ ପାଇଁ କୌଣସି ଶିକ୍ଷକ ନଥିବାରୁ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଆସି ଫେରି ଯାଉଛନ୍ତି। ଏନେଇ ସ୍କୁଲ କମିଟି ଓ ଅଭିଭାବକ ବାରମ୍ବାର ଅଭିଯୋଗ କରୁଥିଲେ ସୁଦ୍ଧା ବିଭାଗୀୟ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନନେବାରୁ ଗତ ୩ଦିନ ଧରି ବିଦ୍ୟାଳୟରେ ଧାରଣା ଦିଆଯାଇଛି।…ଏନେଇ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଛନ୍ତି ନର୍ଲା ରିପୋର୍ଟର ପ୍ରେମଲାଲ ପଣ୍ଡା

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.