Below header

ଦିଲ୍ଲୀ ହିଂସା ଘଟଣାରେ ଆରମ୍ଭ ହେଲା କାର୍ଯ୍ୟାନୁଷ୍ଠାନ, ଯୋଗେନ୍ଦ୍ର ଯାଦବଙ୍କ ସମେତ ଅନେକ ଚାଷୀ ନେତାଙ୍କ ନାଁରେ ମାମଲା ରୁଜୁ

କେନ୍ୟୁଜ୍(ବ୍ୟୁରୋ):  ଦିଲ୍ଲୀ ହିଂସା ଘଟଣାରେ ଆରମ୍ଭ ହେଲା କାର୍ଯ୍ୟାନୁଷ୍ଠାନ । କୃଷକ ନେତା ଯୋଗେନ୍ଦ୍ର ଯାଦବଙ୍କ ସମେତ ଅନେକ ଚାଷୀ ନେତାଙ୍କ ନାଁରେ ମାମଲା ରୁଜୁ । ଶାନ୍ତିପୂର୍ଣ୍ଣ ଟ୍ରାକ୍ଟର ରାଲି ପାଇଁ ଏମାନେ ଦିଲ୍ଲୀ ପୋଲିସଠୁ ଅନୁମତି ନେଇଥିଲେ । ସେହିପରି ୨ ଶହରୁ ଅଧିକ ଆନ୍ଦୋଳନକାରୀଙ୍କୁ ଅଟକ ରଖିଛି ପୋଲିସ । ସେମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଦିଲ୍ଲୀ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଦିଲ୍ଲୀ ହିଂସା ଯୋଗୁ ୩୦୦ରୁ ଅଧିକ ପୋଲିସ ଆହତ ହୋଇଛନ୍ତି । ଗତକାଲିର ଘଟଣାକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟରେ ବୈଠକରେ ଆଲୋଚନା ହୋଇଛି । ହିଂସାକାଣ୍ଡ ନେଇ ଦିଲ୍ଲୀ ପୋଲିସ କମିଶନର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ରିପୋର୍ଟ ଦେଇଛନ୍ତି ।

ଏହାପୂର୍ବରୁ ଆଜି ସକାଳେ ସିଆରପିଏଫ୍‌ ଡିଜି ଗୃହ ମନ୍ତ୍ରାଳୟ ଯାଇଥିଲେ । ଲାଲକିଲ୍ଲାରେ ଘଟଣା ନେଇ ସେ ଗୃହ ସଚିବ ଅଜୟ ଭଲ୍ଲାଙ୍କୁ ସୂଚନା ଦେଇଛନ୍ତି । ଦିଲ୍ଲୀର ବିଭିନ୍ନ ସ୍ଥାନରେ ଅତିରିକ୍ତ ଅର୍ଦ୍ଧସାମରିକ ବାହିନୀ ମୁତୟନ ହୋଇଛନ୍ତି । ଲାଲକିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ହିଂସା ଯୋଗୁ କେତେ କ୍ଷୟକ୍ଷତି ହୋଇଛି ତାହାର ଏକ ରିପୋର୍ଟ ପ୍ରସ୍ତୁତ କରିଛି ଦିଲ୍ଲୀ ପୋଲିସ ।

ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜରୁ ଆନ୍ଦୋଳନକାରୀଙ୍କୁ ଚିହ୍ନଟ କରାଯାଉଛି । ତଦନ୍ତ ଦାୟିତ୍ୱ କ୍ରାଇମବ୍ରାଞ୍ଚକୁ ଦିଆଯାଇଛି ।.ସେପଟେ ଆଜି ଲାଲକିଲ୍ଲାରେ ପହଞ୍ଚିଥିଲେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ । କେତେ କ୍ଷୟକ୍ଷତି ହୋଇଛି ସେନେଇ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.