ସ୍ତ୍ରୀ ଫେରାର୍‌ ହୋଇଗଲେ ଅନ୍ୟ ପୁରୁଷ ସହ, ସ୍ୱାମୀ ପାଲଟିଗଲେ ସିରିୟଲ୍‌ କିଲର, ୧୮ରୁ ଅଧିକ ମହିଳାଙ୍କୁ କରିଛନ୍ତି ହତ୍ୟା

ହାଇଦ୍ରାବାଦ ପୋଲିସ ଜଣେ ସିରିୟଲ୍‌ କିଲରଙ୍କୁ ଗିରଫ କରିଛି। ୪୫ ବର୍ଷର ଏହି ଅଭିଯୁକ୍ତ ୧୮ଜଣ ମହିଳାଙ୍କୁ ହତ୍ୟା କରିଥିବା ନେଇ ଅଭିଯୋଗ ରହିଥିଲା। ଏଥିସହ ତାଙ୍କର ଅନେକ ଅପରାଧୀଙ୍କ ସହିତ ସମ୍ପର୍କ ମଧ୍ୟ ଥିଲା। ଅଭିଯୁକ୍ତ ଜଣକ ପଥର କାଟିବା କାମ କରନ୍ତି। ପୋଲିସ ଟାସ୍କ ଫୋର୍ସ ତାଙ୍କୁ ୨୧ଟି ଆପରାଧିକ ମାମଲାରେ ଗିରଫ କରିଛି। ସେଥିମଧ୍ୟରୁ ୧୬ଟି ହତ୍ୟା ଥିବା ବେଳେ ବାକି ସମ୍ପତ୍ତି ସମ୍ବନ୍ଧୀୟ ଅପରାଧ ରହିଛି। ତେବେ ପୂର୍ବରୁ ଅଭିଯୁକ୍ତ ଥରେ ପୋଲିସ ହେପାଜତରୁ ଖସି ପଳାଇଥିଲେ।

ପୋଲିସର କହିବା ଅନୁସାରେ, ୨୧ ବର୍ଷ ବୟସରେ ତାଙ୍କର ବିବାହ ହୋଇଥିଲା। କିନ୍ତୁ ବିବାହ ପରେ ସ୍ତ୍ରୀ ଆଉ କାହା ସହିତ ପଳାଇ ଯାଇଛନ୍ତି। ସେବେଠାରୁ ତାଙ୍କ ମନରେ ମହିଳାଙ୍କ ପ୍ରତି ଘୃଣାଭାବ ଭରିଯାଇଛି। ୨୦୦୩ ମସିହାରୁ ହିଁ ସେ ଆପରାଧିକ ଗତିବିଧି ଆରମ୍ଭ କରି ଦେଇଥିଲେ।

ଏକୁଟିଆ ମହିଳାଙ୍କୁ ସେ ଧରୁଥିଲେ ଏବଂ ଶାରୀରିକ ସମ୍ବନ୍ଧ ବନାଇବା ବଦଳରେ ସେମାନଙ୍କୁ ପଇସା ଅଫର୍‌ କରୁଥିଲେ। ପରେ ଉକ୍ତ ମହିଳାମାନଙ୍କୁ ନେଇ ମଦ ପିଉଥିଲେ ଏବଂ ପୁଣି ସେମାନଙ୍କୁ ହତ୍ୟା କରିଦେଉଥିଲେ। କେବଳ ଏତିକି ନୁହେଁ, ମହିଳାମାନଙ୍କ ଜିନିଷପତ୍ର ଧରି ସେ ଫେରାର୍‌ ହୋଇଯାଉଥିଲେ। ପୋଲିସ ଅନେକ ଦିନରୁ ତାଙ୍କୁ ଖୋଜୁଥିଲା। ଏବେ ତାଙ୍କୁ ଗିରଫ କରାଯିବା ପରେ ଅଧିକ ତଦନ୍ତ ଲାଗି ପଚରାଉଚରା ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.