ହ୍ଵାଟ୍ସଆପ୍‌ର ଏହି ୮ ଲୋକପ୍ରିୟ ଫିଚର ଖୁବ୍‌ଶୀଘ୍ର ଆସୁଛି Signalରେ, ଜାଣନ୍ତୁ କେମିତି ଉଠାଇବେ ଫାଇଦା

କିଛି ମାସ ପୂର୍ବରୁ ହ୍ଵାଟ୍ସଆପ୍‌ ଓ ସିଗ୍‌ନାଲ ମଧ୍ୟରେ କୌଣସି ସମ୍ପର୍କ ନଥିଲା। କିନ୍ତୁ ଏବେ ଏହି ଦୁଇଟି ଆପ୍‌ ପରସ୍ପରକୁ କଡ଼ା ଟକ୍କର ଦେଉଛନ୍ତି। ହ୍ଵାଟ୍ସଆପ୍‌ର ନୂଆ ପଲିସିର ଫାଇଦା ସବୁଠୁ ଅଧିକ ଟେଲିଗ୍ରାମ୍‌ ଓ ସିଗ୍‌ନାଲ ଆପ୍‌ ହିଁ ଉଠାଉଛନ୍ତି। ପ୍ରାଇଭେସୀକୁ ନେଇ ଏବେ ସବୁଠୁ ଉପରେ ସିଗ୍‌ନାଲର ନାଁ ରହିଛି। ମାତ୍ର ଏବେ ହ୍ଵାଟ୍ସଆପ୍‌ ସହ ସମାନ ହେବାକୁ ସିଗ୍‌ନାଲ କେତେକ ନୂଆ ଫିଚର ଲଞ୍ଚ୍‌ କରିବାକୁ ଯାଉଛି। ଆସନ୍ତୁ ଜାଣିବା ସିଗ୍‌ନାଲରେ ଆଉ କି କି ନୂଆ ଫିଚର ଆସୁଛି…

Custom wallpapers:

ହ୍ଵାଟ୍ସଆପ୍‌ ଗତବର୍ଷ କଷ୍ଟମ୍‌ ଓ୍ଵାଲପେପର ଫିଚର ଲଞ୍ଚ୍‌ କରିଥିଲା। ଏହି ଫିଚରରେ ୟୁଜର ଚାଟିଂ ବେଳେ ଭିନ୍ନ ଭିନ୍ନ ଏମିତିକି ନିଜ ଫୋନ୍‌ ଗ୍ୟାଲେରୀର ଯେକୌଣସି ଓ୍ଵାଲପେପର ସିଲେକ୍ଟ କରିପାରୁଥିଲେ। ଏବେ ଏହି ଫିଚର ଖୁବ୍‌ଶୀଘ୍ର ସିଗନାଲରେ ବି ଆସିବାକୁ ଯାଉଛି।

About status:

ହ୍ଵାଟ୍ସଆପ୍‌ର ପ୍ରୋଫାଇଲ ସେକ୍ସନ୍‌ରେ ଥିବା About ର ବିକଳ୍ପ ଏବେ ସିଗନାଲରେ ବି ମିଳିବାକୁ ଯାଉଛି। ହ୍ଵାଟ୍ସଆପ୍‌ରେ ଏବାଉଟ୍‌ରେ ‘Available’, ‘Busy’, ‘At school’, ‘At the movies’, ‘At work’, ‘Battery about to die’, ‘Can’t talk’, ‘WhatsApp only’, ‘in a meeting’, ‘At the gym’, ‘Sleeping’, ‘Urgent calls only’ ଆଦି ଫିଚର ଥିଲା। ମାତ୍ର ସିଗନାଲରେ ‘Speak freely’, ‘Encrypted’, ‘Free to chat’, ‘Coffee lover’, ‘Taking a break’, ‘Be kind’, ‘Working on something new’ ଆଦି ରହିଛି।

Animated stickers:

ହ୍ଵାଟ୍ସଆପ୍‌ର ଆଉ ଏକ ଫିଚର ହେଉଛି Animated stickers। ଏହି ଫିଚର ଖୁବ୍‌ ଶୀଘ୍ର Signal ରେ ଆସିବାକୁ ଯାଉଛି।

Create own animated stickers:

ହ୍ଵାଟ୍ସଆପ୍‌ରେ ୟୁଜରମାନେ ନିଜେ ହିଁ ନିଜ ଆନିମେଟେଡ୍‌ ଷ୍ଟିକର ତିଆରି କରିପାରୁଥିଲେ। ଏବେ ଏହି ଫିଚର ସିଗନାଲ ବି ଲଞ୍ଚ୍‌ କରିବାକୁ ଯାଉଛି।

କେବଳ ଏତିକି ନୁହେଁ, ସିଗନାଲ ଏବେ Low-data mode, Contact suggestion, Download preferencesGroup calls ଭଳି ଫିଚର ମଧ୍ୟ ଲଞ୍ଚ୍‌ କରିବାକୁ ଯାଉଛି। ଫଳରେ ୟୁଜରମାନେ ସିଗନାଲରେ ବି ହ୍ଵାଟ୍ସଆପ୍‌ ଭଳି ସୁବିଧା ପାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.