Below header

ଆଜି ଡିନରରେ ରୁଟି ସହିତ ପ୍ରସ୍ତୁତ କରନ୍ତୁ ‘ପନୀର ଚଟପଟା’, ସ୍ୱାଦ ଏକଦମ୍‌ ଲାଜବାବ୍‌

ପନୀର ନାଁ ଶୁଣିଲେ ସବୁବେଳେ ପ୍ରଥମେ ମନକୁ ଆସେ ମଟର ପନୀର କିମ୍ବା ପନୀର ଭୁର୍ଜି କଥା। ଏହା ବଦଳରେ ଯଦି କିଛି ନୂଆ ଏବଂ ମଜାଦାର ଟ୍ରାଏ କରିବାକୁ ଚାହୁଁଛନ୍ତି ତାହେଲେ ଆଜି ଯେଉଁ ଡିସ ଆମେ ଆପଣଙ୍କୁ ଜଣାଇବୁ। ତାକୁ ଆପଣ ବହୁତ ସହଜ ବନାଇପାରିବେ। ଆପଣ ଯଦି ଥରେ ଏହାର ସ୍ୱାଦ ଚାଖିଲେ ତାହେଲେ ଜୀବନ ସାରା କେବେବି ଏହାର ସ୍ୱାଦ ଭୁଲିପାରିବେନାହିଁ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ଛୋଟ ଖଣ୍ଡରେ କଟା ହୋଇଥିବା ପନୀର
  • ୬ରୁ୭ ଚାମଚ ଘିଅ
  • ୩-୪ଟି ରସୁଣ (ଛୋଟ ଖଣ୍ଡରେ କଟା ହୋଇଥିବା)
  • ୪ ଚାମଚ ପିଆଜ ପେଷ୍ଟ
  • ଏକ କପ୍‌ ଦହି
  • ୩ ଟେବୁଲ ଚାମଚ କାଜୁ ପେଷ୍ଟ
  • ୩ ଚାମଚ ଧନିଆ ପକାଉଡର
  • ଏକ ଚାମଚ ଲାଲ ଲଙ୍କା
  • ୧/୨ ଚାମଚ କସ୍ତୁରୀ ମେଥି
  • ୧/୨ ଚାମଚ ଲେମ୍ବୁ ରସ
  • ୪ ଚାମଚ କ୍ରିମ
  • ୩-୪ ଚାମଚ ଧନିଆ ପାଉଡର

ପ୍ରସ୍ତୁତି ପ୍ରଣାଳୀ

ସର୍ବପ୍ରଥମେ ଏକ ପ୍ୟାନରେ ଘିଅ ଗରମ କରି ରସୁଣ ପକାଇ ଭାଜନ୍ତୁ। ଏହାପରେ ଯେତେବେଳେ ଏହାର ରଙ୍ଗ ହାଲକା ସୁନେଲୀ ରଙ୍ଗ ହୋଇଯିବ ସେତେବେଳେ ପିଆଜ ପେଷ୍ଟ ପକାଇ ଭଲଭାବେ ମିଶାଇ ଦହି ଫେଣ୍ଟି ମିଶାଇ ଦିଅନ୍ତୁ। ଏବେ ଉପରେ କାଜୁ ପେଷ୍ଟ, କାଶ୍ମିର ଲାଲ୍‌ ଲଙ୍କା ପାଉଡର ଏବଂ ଧନିଆ ପାଉଡର ମିଶାଇ ଦିଅନ୍ତୁ।

ଏବେ ଏଥିରେ ପନୀର ପକାଇ କସ୍ତୁରୀ ମେଥି, ଜିରା ପାଉଡର, ଲେମ୍ବୁ ରସ ଏବଂ ଗୋଲମରୀଚ ପାଉଡର ମିଶାଇ ଦିଅନ୍ତୁ। ଏବେ ଏହାକୁ ଭଲଭାବେ ମିଶାଇ ଏଥିରେ କ୍ରିମ ପକାଇ ମିଶାଇ ଦିଅନ୍ତୁ। ଶେଷରେ ଏଥିରେ ଧନିଆ ପତ୍ର ପକାଇ ଗରମା ଗରମ ସର୍ଭ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.