FAU-G ଗେମ୍‌ ପ୍ରଥମ ଦିନରୁ ହିଁ କଲା ଧମାଲ, ୧୦ ଲକ୍ଷରୁ ଅଧିକ ଥର ହେଲାଣି ଡାଉନ୍‌ଲୋଡ

Fearless and Unites Guards FAU-G ଲଞ୍ଚ୍‌ ହେବାର ପ୍ରଥମ ଦିନରୁ ହିଁ ଧମାଲ ମଚାଇଛି। ପ୍ରଥମ ଦିନ ଏହି ଗେମ୍‌କୁ‌ ୧୦ ଲକ୍ଷରୁ ଅଧିକ ଥର ଡାଉନ୍‌ଲୋଡ କରାଯାଇ ସାରିଲାଣି। ଗୁଗଲ ପ୍ଲେ ଷ୍ଟୋରରେ FAU-Gକୁ ୪.୧ ରେଟିଂ ମିଳିଛି। ଏହି ଗେମ୍‌କୁ ଗଣତନ୍ତ୍ର ଦିବସ ମଉକାରେ ଲଞ୍ଚ୍‌ କରାଯାଇଛି। ଲଞ୍ଚ୍‌ ପୂର୍ବରୁ ହିଁ ଏହାର ପ୍ରି-ରେଜିଷ୍ଟ୍ରେଶନ ୫୦ ଲକ୍ଷରୁ ଅଧିକ ସଂଖ୍ୟା ପାର୍‌ କରିଥିଲା।

FAU-G ଗେମ୍‌କୁ ଏ ପର୍ଯ୍ୟନ୍ତ ଇଂଲିଶ, ହିନ୍ଦୀ ଏବଂ ତାମିଲ, ଏହି ତିନିଟି ଭାଷାରେ ଲଞ୍ଚ୍‌ କରାଯାଇଛି। ଖୁବ୍‌ଶୀଘ୍ର ଏହା ଅନ୍ୟ ଭାଷାରେ ମଧ୍ୟ ଉପଲବ୍ଧ ହେବ। ଏହି ଗେମ୍‌ର ପ୍ରମୋଶନ ଆକ୍ଟର ଅକ୍ଷୟ କୁମାର କରୁଛନ୍ତି। ସେ ଏହି ଗେମ୍‌କୁ ନେଇ ଟ୍ଵିଟରରେ ଏକ ଭିଡିଓ ଏବଂ ଡାଉନ୍‌ଲୋଡ ଲିଙ୍କ୍‌ ମଧ୍ୟ ଶେୟାର କରିଛନ୍ତି।

FAU-G ଗେମ୍‌ ସିଙ୍ଗଲ ପ୍ଲେୟାର ମୋଡ ସହିତ ଲଞ୍ଚ୍‌ କରାଯାଇଛି। କିନ୍ତୁ ଖୁବ୍‌ଶୀଘ୍ର ଏଥିରେ ରୟାଲ ବ୍ୟାଟେଲ୍‌ ମୋଡ ଏବଂ ମଲ୍ଟି ୟୁଜର ମୋଡ୍‌ ବି ସାମିଲ କରାଯାଇପାରେ। FAU-Gରେ ଲଦାଖରେ ଚୀନର ସୈନିକ ଏବଂ ଭାରତୀୟ ସୈନିକଙ୍କ ମଧ୍ୟରେ ଲଢ଼େଇ ହେବ। ଗେମ୍‌ ପ୍ରାରମ୍ଭରେ ବର୍ତ୍ତମାନ ୩ ଚରିତ୍ର ଦିଆଯାଇଛି। ଆପଣ ଏହି ଚରିତ୍ରଗୁଡ଼ିକୁ ଆପଣଙ୍କ ପସନ୍ଦ ଅନୁସାରେ ବାଛିପାରିବେ।

FAU-G ଗେମ୍‌ରେ ଏବେ ୩ଟି ମୋଡ୍‌ Campaign, Team Deathmatch ଏବଂ Free for All ଦିଆଯାଇଛି। କିନ୍ତୁ ଏବେ କେବଳ କ୍ୟାମ୍ପେନ୍‌ ମୋଡ୍‌ ୟୁଜର୍ସଙ୍କୁ ମିଳୁଛି। FAU-G ଗେମ୍‌କୁ ଗୁଗଲ ପ୍ଲେ ଷ୍ଟୋର୍‌ରୁ ଡାଉନ୍‌ଲୋଡ କରାଯାଇପାରିବ, ଯାହା ପାଇଁ ଆପଣଙ୍କୁ FAU-G ଟାଇପ୍‌ କରି ସର୍ଚ୍ଚ କରିବାକୁ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.