Below header

ଦୁଷ୍କର୍ମ ବେଳେ ବିରୋଧ କରିବାରୁ ଗୁପ୍ତାଙ୍ଗରେ ପୂରାଇଲେ କାଚ ବୋତଲ, ତା’ପରେ କଲେ ପାଶବିକ ଅତ୍ୟାଚାର

ରାଜସ୍ଥାନ: ମହିଳାଙ୍କ ଉପରେ ଅତ୍ୟାଚାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏଭଳି ଏକ ଅମାନୁଷିକ ମାମଲା ଦେଖିବାକୁ ମିଳିଛି ରାଜସ୍ଥାନର ନାଗୋର ଜିଲ୍ଲାରେ। ଏଠାରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରିବା ବେଳେ ସେ ବିରୋଧ କରିବାରୁ ରାକ୍ଷସମାନେ ତାଙ୍କ ପ୍ରାଇଭେଟ୍‌ ପାର୍ଟରେ ବୋତଲ ଭର୍ତ୍ତି କରିଦେଇଛନ୍ତି।

ରିପୋର୍ଟ ମୁତାବକ, ମହିଳା ଜଣକ ନିଜ ବିଲରେ ଥିବା ଚାଳିଆକୁ ଯାଇଥିଲେ। ସେହି ସମୟରେ ତିନି ଜଣ ଦୁର୍ବୃତ୍ତ ତାଙ୍କୁ ଏକୁଟିଆ ପାଇ ଦୁର୍ବ୍ୟବହାର କରିଥିଲେ। ମହିଳା ଜଣକ ଏହାକୁ ବିରୋଧ କରିବାରୁ ସେମାନେ ଆହୁରି ଭୟଙ୍କର ହୋଇଯାଇଥିଲେ। ମହିଳା ଯେତେ ନେହୁରା ହୋଇଥିଲେ ବି ସେମାନେ କିଛି ଶୁଣିନଥିଲେ। ମହିଳାଙ୍କ ଉପରେ ଅକଥନୀୟ ଅତ୍ୟାଚାର କରିସାରିବା ପରେ ବି ସେମାନଙ୍କ ପାଶବିକତା କମିନଥିଲା। ପରେ ସେମାନେ ମହିଳାଙ୍କ ଗୁପ୍ତାଙ୍ଗ ଭିତରେ କାଚ ବୋତଲ ପୂରାଇ ଦେଇଥିଲେ। ବାହାରେ କାହାକୁ ଏହି ଘଟଣା ବାବଦରେ କହିଲେ ଜୀବନରୁ ମାରିଦେବାକୁ ଧମକ ଦେଇ ୩ ରାକ୍ଷସ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ଏହି ଘଟଣା ଜାନୁଆରୀ ୧୯ର ହୋଇଥିଲେ ମଧ୍ୟ ଡର ଓ ଲୋକ ଳଜ୍ଜା କାରଣରୁ ମହିଳା ଏକଥା କାହାକୁ କହିନଥିଲେ। ମାତ୍ର ଅଧିକ ଦିନ ସେ ଏହି କଥାକୁ ଲୁଚାଇପାରିନଥିଲେ। ଘର ଲୋକଙ୍କ ଆଗରେ ଏହି କଥା କହିବା ପରେ ପରିବାର ଲୋକେ ପୋଲିସରେ ମାମଳା ରୁଜୁ କରିଛନ୍ତି। ରବିବାର ଦିନ ମାମଲା ରୁଜୁ କରାଯାଇଛି। ମାତ୍ର ପୋଲିସ ଏବେ ଯାଏଁ କାହାରିକୁ ଗିରଫ କରିବାରେ ସମର୍ଥ ହୋଇନାହିଁ।

ଏତଲାରେ ଗାଁର କାନାରାମ ଜାଟ୍‌, ପାଞ୍ଚୁ ରାମ ଓ ଆଉ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ପୋଲିସ କହିଛି ଯେ ତିନି ଜଣ ଯାକ ଅଭିଯୁକ୍ତ ଫେରାର ଅଛନ୍ତି। ମାତ୍ର ପୋଲିସ ଖୁବ୍‌ଶୀଘ୍ର ସେମାନଙ୍କୁ ଧରିବାକୁ ଚେଷ୍ଟା କରୁଛି। ଅନ୍ୟପଟେ ମହିଳାଙ୍କୁ ଡାକ୍ତରୀମାଇନା ପାଇଁ ପଠାଯାଇଥିବା ପୋଲିସ କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.