ମୋବାଇଲରେ ଆପ୍‌ ଇନଷ୍ଟଲ୍‌ କରିବା ପୂର୍ବରୁ ମାଇଣ୍ଡରେ ରଖନ୍ତୁ ଏହି ଖାସ୍‌ କଥା, ନଚେତ ପଛରେ ହେବେ ହଇରାଣ

ସ୍ମାର୍ଟଫୋନ୍‌ ଏବଂ ଇଣ୍ଟରନେଟରେ ବଢ଼ୁଥିବା ବ୍ୟବହାରକୁ ଦେଖି ଆପ୍‌ ଗୁଡିକ ମଧ୍ୟ ବଢ଼ୁଛି। ଅନେକ ଥର ଏମିତି ହୋଇଥାଏ ବ୍ୟସ୍ତ ବ୍ୟସ୍ତରେ ଆପଣ ଏମିତି ଆପ୍‌ ଇନଷ୍ଟଲ କରିନିଅନ୍ତି, ଯାହାଦ୍ୱାରା ସିକ୍ରେଟଲୀ ଆପଣଙ୍କ ଡାଟା ଚୋରୀ ହୋଇଯାଇଥାଏ। ଏମିତିରେ ନକଲି ଆପକୁ ଚିହ୍ନିବା ବହୁତ ଜରୁରୀ ହୋଇଥାଏ।

ଡେବଲପର : ଆପ୍‌ ଇନଷ୍ଟଲ କରିବା ପୂର୍ବରୁ ଏଡିଟର ଚଏସ ଏବଂ ଟପ୍‌ ଡେଭଲପର୍ସ ଦେଖନ୍ତୁ। ଆପଣ ଆପର େଓ୍ଵବସାଇଟକୁ ଯାଇ ମଧ୍ୟ ଇନଫରମେସନ୍‌ ହାସଲ କରିପାରିବେ।

ସଂଖ୍ୟା : ଆପ୍‌ ଡାଉନଲୋଡ୍‌ କରିବା ପୂର୍ବରୁ ଦେଖିବା ନିହାତି ଆବଶ୍ୟକ ଯେ ଏହାକୁ କେତେ ଥର ଡାଉନଲୋଡ୍‌ କରାଯାଇଛି। ଯଦି କମ୍‌ ଡାଉନଲୋଡ ହୋଇଥିବ ତାହେଲେ ସେହି ଆପକୁ ଇନଷ୍ଟଲ କରନ୍ତୁନାହିଁ। କାହିଁକିନା ଏହାକୁ ଅଧିକାଂଶ ଲୋକ ସୁରକ୍ଷିତ ମାନିନାହାଁନ୍ତି।

ଆଇକନ୍‌ : ଗୁଗଲ ପ୍ଲେ ଷ୍ଟୋରରେ ବହୁତ ମୋବାଇଲ୍‌ ଆପ୍ସ ରହିଛି। ଯଦି ଆଇକନ କିମ୍ବା ସ୍ପିଲିଙ୍ଗ୍‌ ଗଡବଡ ନଜର ଆସେ ତାହେଲେ ଏହାକୁ ଡାଉନଲୋଡ କରନ୍ତୁନାହିଁ। କାହିଁକିନା ଏମିତି ଆପ୍ସ ନକଲି ହୋଇଥାଇପାରେ।

ରିଭ୍ୟୁ : ଯଦି ଆପରେ ନେଗେଟିଭ୍‌ କମେଣ୍ଟ ରହିଥାଏ ତାହେଲେ ଭୁଲରେ ବି ଏହାକୁ ଡାଉନଲୋଡ୍‌ କରନ୍ତୁନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.