ଦୀପିକା ପାଦୁକୋନଙ୍କ ବ୍ରେସ୍‌ଲେଟର ଦାମ୍‌ ଉଡ଼ାଇ ଦେବ ଆପଣଙ୍କ ହୋଶ୍‌, ଏତିକି ପଇସାରେ ଆପଣ ବୁଲି ପାରିବେ ଅନେକ ଦେଶ !

ବଲିଉଡ୍‌ ସେଲିବ୍ରିଟିମାନେ ମହଙ୍ଗା ଜିନିଷ ପିନ୍ଧିଥାଆନ୍ତି, ଏହା ସମସ୍ତଙ୍କୁ ଜଣା। କିନ୍ତୁ କେବେ କେବେ ସେମାନଙ୍କ ସଉକ ଏତେ ମହଙ୍ଗା ହୋଇଥାଏ କି, ତାହା ବିଷୟରେ ଜାଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବ। ଏହି ସେଲିବ୍ରିଟିମାନଙ୍କ ମଧ୍ୟରେ ଦୀପିକା ପାଦୁକୋନ ଏମିତି ଜଣେ ଅଭିନେତ୍ରୀ, ଯାହାଙ୍କ ସଉକ ବେଶ୍‌ ମହଙ୍ଗା। ସେ ଏକ ଦାମୀ ବ୍ରେସ୍‌ଲେଟ ହାତରେ ପିନ୍ଧିଛନ୍ତି, ଯେଉଁ ପଇସାରେ ଜଣେ ସାଧାରଣ ଲୋକ ଅନେକ ଦେଶକୁ ଟୁର୍‌ରେ ଯାଇପାରିବ।

କୌଣସି ଫଙ୍କଶନ୍‌ ହେଉ କି ମୁଭି ପ୍ରମୋଶନ କିମ୍ବା ଡିନର୍‌ ଡେଟ୍‌ ହେଉ କି ଏୟାରପୋର୍ଟ ଲୁକ୍‌, ଦୀପିକା ସବୁ ସମୟରେ ନିଜ ହାତରେ ଏହି ବ୍ରେସ୍‌ଲେଟ ପିନ୍ଧିଥିବାର ନଜର ଆସନ୍ତି। ଏହି ବ୍ରେସ୍‌ଲେଟ ସେତେବେଳେ ଲାଇମ୍‌ ଲାଇଟ୍‌ରେ ଆସିଥିଲା, ଯେତେବେଳେ ଦୀପିକା କାନ୍ସରେ ପହଞ୍ଚିଥିଲେ। ଏଠାରେ ଦୀପିକା ଜିନ୍ସ ଏବଂ ଟି-ଶାର୍ଟ ସହିତ ଏହାକୁ କ୍ୟାରୀ କରିଥିଲେ, ଯାହାକି ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲା।

deepika3
photo credit: Times of India

ଏହି ଅଭିନେତ୍ରୀ ପିନ୍ଧିଥିବା Cartier Love Braceletର ଦାମ୍‌ ପାଖାପାଖି ୪.୩ ଲକ୍ଷ ଟଙ୍କା ହେବ। ଏହାସହିତ ସେ JUSTE UN CLOUର ବି ଏକ ବ୍ରେସ୍‌ଲେଟ ପିନ୍ଧିଛନ୍ତି। ଏହାର ଦାମ୍‌ ୪.୫ ଲକ୍ଷ ଟଙ୍କା। ଏମିତିରେ ଦୀପିକା ନିଜ ହାତରେ ପାଖାପାଖି ୯ ଲକ୍ଷ ଟଙ୍କାର ବ୍ରେସ୍‌ଲେଟ ପିନ୍ଧିଥିବାର ନଜର ଆସନ୍ତି। ଏହାର ଏକ ଖାସ୍‌ କଥା ହେଉଛି, ଏହି ବ୍ରେସ୍‌ଲେଟକୁ ପୁରୁଷ ଏବଂ ମହିଳା ଉଭୟ ପିନ୍ଧିପାରିବେ।

Leave A Reply

Your email address will not be published.