କେମିତି ଭଙ୍ଗା ଗଲା ଅତି ପୁରୁଣା ବ୍ରିଜ୍‌, ଦେଖନ୍ତୁ

ମୁମ୍ବାଇ : ମହାରାଷ୍ଟ୍ର ଥାନେ ଜିଲ୍ଲାର ମୁରବାଦ ଓ ଶାହାପୁର ଅଞ୍ଚଳରେ ଥିବା ଏକ ପୁରାତନ ପୋଲକୁ ଭାଙ୍ଗି ଦିଆଯାଇଛି । ଏହି ପୋଲ ବିପଦସଂକୁଳ ଅବସ୍ଥାରେ ଥିଲା । ଏଥିରେ ଯାଆ ଆସ କରିବାକୁ ମଧ୍ୟ ମନା କରାଯାଇଥିଲା । କାଲୁ ନଦୀ ଉପରେ ଥିବା ଏହି ପୋଲଟି ପ୍ରାୟ ଶହେ ବର୍ଷର ପୁରୁଣା । ଏଥିରେ ଚଳପ୍ରଚଳ କରିବା ମଧ୍ୟ ବିପଜ୍ଜନକ ଥିଲା । ତେଣୁ ଏହାକୁ ଲୋକ ଲଗାଇ ଭାଙ୍ଗିବା ବଦଳରେ ମହାରାଷ୍ଟ୍ର ପିଡବଲ୍ୟୁଡି ବିସ୍ଫୋରକ ଦ୍ୱାରା ଭାଙ୍ଗି ଦେଇଛି । ଦେଖନ୍ତୁ କିଭଳି ଥିଲା ପୋଲ ଭାଙ୍ଗିବାର ଦୃଶ୍ୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.