Below header

ଏହି ଆକାଉଣ୍ଟଧାରୀଙ୍କ ପାଇଁ ଏସବିଆଇର ଅଫର୍

ନୂଆଦିଲ୍ଲୀ (କେନ୍ୟୁଜ୍) : ଭାରତୀୟ ଷ୍ଟେଟ୍ ବ୍ଯାଙ୍କ ନିଜର ଗ୍ରାହକମାନଙ୍କୁ ସବୁ ମାସରେ ଏକ ନିର୍ଦ୍ଦିଷ୍ଟ ସଂଖ୍ଯାରେ ନିଶୁଳ୍କ ଭାବେ ଏଟିମ୍ ବ୍ଯବହାର କରିବାର ସୁଯୋଗ ଦେଇଥାଏ । ଏସବିଆଇ ଖାତାଧାରୀଙ୍କ ପାଇଁ ମଧ୍ଯ ସମାନ ଭାବେ ଟ୍ରାଞ୍ଜାକ୍ସନ୍ ଏବଂ ଏଟିଏମ୍ ଉପରେ ଏକ ନିର୍ଦ୍ଦିଷ୍ଟ ସଂଖ୍ଯାରେ ନିଶୁଳ୍କ ବ୍ଯବହାର ପରେ ଶୁଳ୍କ ଦେବାକୁ ପଡିଥାଏ । ବ୍ଯାଙ୍କ ବର୍ତ୍ତମାନ ଷ୍ଟେଟ୍ ବ୍ଯାଙ୍କ ଅଫ୍ ଇଣ୍ଡିଆ ଗ୍ରୁପ୍ (ଏସବିଜି) ନିଜର ଗ୍ରାହକଙ୍କୁ ଅସୀମିତ ନିଃଶୁଳ୍କ ଭାବେ ଏଟିଏମ୍ ବ୍ଯବହାର କରିବାର ଅନୁମତି ଦେଇଛି । ଯେଉଁମାନେ ପୂର୍ବ ମାସରେ ନିଜର ସଞ୍ଚୟ ବ୍ଯାଙ୍କ ଖାତାରେ ୨୫ହଜାର ଟଙ୍କାରୁ ଅଧିକ କରିଥିବେ । ଭାରତୀୟ ରିଜର୍ଭ ବ୍ଯାଙ୍କ ଦେଶର ଟପ୍ ଉଧାରଦାତାଙ୍କୁ ଏକ ମାସ ମଧ୍ଯରେ ଏକ ନିର୍ଦ୍ଦିଷ୍ଟ ସଂଖ୍ଯାରେ ନିଃଶୁଳ୍କ ଏଟିଏମ୍ ବ୍ଯବାହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

sbiiଏସବିଆଇ ନିଜର ଖାତାଧାରୀଙ୍କ ପାଇଁ ଦୈନିକ ଅର୍ଥ ଉଠାଇବା ରାଶିକୁ କମାଇ ଦେଇଛି । ଯେଉଁମାନଙ୍କ ପାଖରେ ୩୧ ଅକ୍ଟୋବର ୨୦୧୮ ରେ କ୍ଳାସିକ୍ ଏବଂ ମେସଟ୍ରୋ ଡେବିଟ୍ କାର୍ଡ ରହିଛି ଦୈନିକ ଅର୍ଥ ଉଠାଇବା ରାଶିକୁ ୪୦ହଜାରରୁ ୨୦ ହଜାରକୁ କମାଇ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.