Below header

ସୋସିଆଲ ମିଡିଆରେ ଚହଳ ପକାଇଲେ ଏହି ଦେଶୀ ଦାଦି, ଇଂଲିଶ୍‌ରେ ଶୁଣାଇଲେ ମହାତ୍ମା ଗାନ୍ଧୀଙ୍କ ଜୀବନ ଗାଥା, ଲୋକେ ତାଜୁବ

ସୋସିଆଲ ମିଡିଆରେ ଧଳା ରଙ୍ଗର ଶାର୍ଟ ଏବଂ ଲାଲ୍‌ ରଙ୍ଗର ଶାଢି ପିନ୍ଧିଥିବା ଜଣେ ଦେଶୀ ଦାଦିଙ୍କ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ସେ ଇଂଲିଶରେ ମହାତ୍ମା ଗାନ୍ଧୀଙ୍କ ଜୀବନୀ ଗାଥା କହୁଥିବା ଦେଖିବାକୁ ମିଳୁଛି। ତାଙ୍କ ନାଁ ଭାଗବାନୀ ଦେବୀ ବୋଲି ଜଣାପଡ଼ିଛି। ଦାଦି ଜଣକ କହୁଛନ୍ତି, ‘ମହାତ୍ମା ଗାନ୍ଧୀ ଦୁନିଆରେ ମହାନ୍‌ ବ୍ୟକ୍ତିତ୍ୱ ଥିଲେ। ସେ ବହୁତ ସାଧାରଣ ମଣିଷ ଥିଲେ…ସାଧାରଣ ଖାଦ୍ୟ ଖାଉଥିଲେ। ଛେଳି କ୍ଷୀର ପିଉଥିଲେ। ସେ ହିନ୍ଦୁ ଓ ମୁସଲମାନ ଉଭୟଙ୍କୁ ଭଲ ପାଉଥିଲେ ଏବଂ ଜାତିର ପିତା ଥିଲେ। ତାଙ୍କ ସମାଧି ରାଜଘାଟରେ ଅଛି’।

d2

ଏହି ଭାଇରାଲ ଭିଡିଓକୁ ଆଇପିଏସ୍‌ ଅଧିକାରୀ ଅରୁଣ ବୋଥ୍ରା ଶେୟାର କରିଛନ୍ତି। ସେ କ୍ୟାପସନ ଲେଖିଛନ୍ତି, ‘ଦେଖିବାକୁ ଉତ୍ସାହ ରହିବ ଯେ ଶଶି ଥରୁର୍‌ ୟାଙ୍କୁ କେତେ ମାର୍କ ଦେବେ’? କହି ରଖୁଛୁ, କଂଗ୍ରେସ ନେତା ଶଶି ଥରୁର୍‌ ନିଜ ଇଂଲିଶ ପାଇଁ ଦେଶରେ ଖୁବ୍‌ ଚର୍ଚ୍ଚିତ। ତେବେ ଜଣେ ୟୁଜର ଲେଖିଥିଲେ, ଶଶି ଥରୁର୍‌ ପାଇଁ ଏହି ପ୍ରତିଯୋଗିତା ଆହୁରି କଠିନ ହେବାକୁ ଯାଉଛି’।

୨.୮ ଲକ୍ଷ ଭ୍ୟୁୟର

ଏହି ଭିଡିଓ କ୍ଲିପ୍‌ ଖୁବ୍‌ ଭାଇରାଲ ହେଉଛି। ଲୋକେ ଏହାକୁ ଲାଇକ୍‌ ଏବଂ ଶେୟାର କରିବାରେ ଲାଗିଛନ୍ତି। ଏ ପଯ୍ୟର୍ନ୍ତ ୨.୮ ଲକ୍ଷ ଲୋକ ଏହାକୁ ଦେଖିସାରିଲେଣି। ଭିଡିଓକୁ ୧୫ ହଜାରରୁ ଊର୍ଦ୍ଧ୍ୱ ଲାଇକ୍ସ ମିଳିଥିବା ବେଳେ ୩ ହଜାରରୁ ଅଧିକ ଥର ରି-ଟୁଇଟ୍‌ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.