ଅନ୍ୟର ଷ୍ଟାଇଲକୁ ଅନୁସରଣ କରିବା ଯୁବତୀଙ୍କୁ ପଡିଲା ମହଙ୍ଗା, ଶେଷରେ ଭୋଗିବାକୁ ପଡିଲା ଏପରି ଦୁର୍ଦ୍ଦଶା

ସାଧାରଣତଃ ଯୁବତୀମାନେ ନିଜ ସୌନ୍ଦର୍ଯ୍ୟକୁ ନେଇ ବେଶ୍ ସଚେତନ ଥା’ନ୍ତି। ଏପରିକି ଆହୁରି ସୁନ୍ଦରୀ ଦେଖାଯିବା ପାଇଁ ବହୁ ପରୀକ୍ଷା ନିରୀକ୍ଷା କରିଥା’ନ୍ତି। ଏପରିକି ପ୍ଲାଷ୍ଟିକ୍ ସର୍ଜରୀଠାରୁ ଆରମ୍ଭ କରି ଆଖିର ରଙ୍ଗ, ମୁଣ୍ଡର ରଙ୍ଗ ଓ ଦେହର ରଙ୍ଗ ପର୍ଯ୍ୟନ୍ତ ସବୁଥିରେ ପରିବର୍ତ୍ତନ କରିଥା’ନ୍ତି। ଜଣେ ଯୁବତୀଙ୍କୁ ଏମିତି ଫ୍ୟାଶନ୍ କରିବା ବେଶ୍ ମହଙ୍ଗା ସାବ୍ୟସ୍ତ ହୋଇଛି।

eye

ଜଣେ ଯୁବତୀ ଫ୍ୟାଶନ୍ ପାଇଁ ଆଖିକୁ କଲର୍ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ତାଙ୍କର ଏହି ନିଷ୍ପତ୍ତି ପାଇଁ ତାଙ୍କୁ ବହୁତ ବଡ କ୍ଷତି ସହିବାକୁ ପଡିଛି। ଆଖିର କଲର୍ କରିବା ନିଶାରେ ସେ ଆଖି ହରାଇଛନ୍ତି। ଯୁବତୀଙ୍କ ଏହି ନିଷ୍ପତ୍ତି ଯୋଗୁଁ ଗୋଟିଏ ଆଖିର ଦୃଷ୍ଟିଶକ୍ତି ଚାଲିଯାଇଥିବାବେଳେ ଆଉ ଗୋଟେ ଆଖିର ଦୃଷ୍ଟି ଶକ୍ତି ମଧ୍ୟ ଚାଲିଯିବ। ଏବେ ଯୁବତୀ ଜଣକ ଆଖିକୁ ରଙ୍ଗ କରିବାକୁ ଯାଇ ଅନ୍ଧୁଣୀ ହେବାକୁ ପଡୁଛି। ମିଳିଥିବା ସୂଚନା ଅନୁସାରେ ପୋଲାଣ୍ଡର ରହୁଥିବା ଏହି ଯୁବତୀ ଜଣକ ବୟସ ହେଉଛି ୨୫ ବର୍ଷ। ଜଣେ ଟାଟୁ ଆର୍ଟିଷ୍ଟ ନିକଟରେ ଦୁଇ ଆଖିକୁ କଲର୍ କରିଥିଲେ ଯୁବତୀ । ତେବେ କଲର୍ କରିବା ପରେ ତାଙ୍କ ଆଖିରେ ଟିକେ କଷ୍ଟ ଅନୁଭୂତ ହୋଇଥିଲା। ଏହି କଷ୍ଟକୁ ଲାଘବ କରିବା ପାଇଁ ସେ ପେନ୍କିଲର୍ ନେଇଥିଲେ।

ଯୁବତୀ ଜଣକ ରାପ୍ ଆର୍ଟିଷ୍ଟ୍ ପୋପେକଙ୍କ ପରି ତାଙ୍କ ଆଖିକୁ ରଙ୍ଗୀନ୍ କରିବାକୁ ଚାହୁଁଥିଲେ। କିନ୍ତୁ ଏହା ତାଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇଛି। ଯୁବତୀ ଜଣକ ଅନ୍ଧ ହେବା ଅଭିଯୋଗରେ ସମ୍ପୃକ୍ତ ଟାଟୁ ଆର୍ଟିଷ୍ଟ୍ଙ୍କୁ ତିନି ବର୍ଷର ସଜା ମିଳିବ। ଟାଟୁ ଆର୍ଟିଷ୍ଟ ଜଣକ ଆଖିରେ ବ୍ୟବହାର କରିଥିବା ରଙ୍ଗରେ ଗଭୀର ଭୁଲ୍ କରିଥିବାର ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.