Below header

ଗୁଜରାଟର ଏହି ସହରରେ ଦୀର୍ଘ ୬୩ ବର୍ଷ ପରେ ଆଲକୋହଲ୍‌କୁ ମିଳିଲା ଅନୁମତି

ମଦକୁ ମିଳିଲା ଅନୁମତି । ଦୀର୍ଘ ୬୩ ବର୍ଷ ପରେ ଗୁଜୁରାଟର ଇଣ୍ଟରନ୍ୟାସନାଲ ଫାଇନାନ୍ସ ଟେକ୍ ସିଟି (GIFT)ରେ ମଦକୁ ମିଳିଛି ଅନୁମତି ।ଏନେଇ ନାର୍କୋଟିକ୍ସ ଏବଂ ଅବକାରୀ ବିଭାଗ ପକ୍ଷରୁ ଏକ ସରକାରୀ ବିଜ୍ଞପ୍ତି ଜାରି କରାଯାଇଛି।

ନୂଆଦିଲ୍ଲୀ : ମଦକୁ ମିଳିଲା ଅନୁମତି । ଦୀର୍ଘ ୬୩ ବର୍ଷ ପରେ ଗୁଜରାଟର ଇଣ୍ଟରନ୍ୟାସନାଲ ଫାଇନାନ୍ସ ଟେକ୍ ସିଟି (GIFT)ରେ ମଦକୁ ମିଳିଛି ଅନୁମତି ।ଏନେଇ ନାର୍କୋଟିକ୍ସ ଏବଂ ଅବକାରୀ ବିଭାଗ ପକ୍ଷରୁ ଏକ ସରକାରୀ ବିଜ୍ଞପ୍ତି ଜାରି କରାଯାଇଛି।

ଗୁଜରାଟର ଇଣ୍ଟରନ୍ୟାସନାଲ ଫାଇନାନ୍ସ ଟେକ୍ ସିଟି (GIFT)ରେ ସମସ୍ତ ହୋଟେଲ, ରେସ୍ତୋରାଁ ଏବଂ କ୍ଲବ୍‌୍ରରେ ମିଳିପାରିବ ମଦ । ଏହା ଉପରେ ଲାଗିପାରିବନି କୌଣସି ପ୍ରତିବନ୍ଧକ । ଏଥିସହ ଏହି ସହରରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀ କିମ୍ବା ମାଲିକଙ୍କୁ ଏକ ଲିକର୍ ଆକ୍ସେସ୍ ଦିଆଯିବ । ଯାହା ଦ୍ୱାରା ସେମାନେ ଏହି ସହରରେ ଖାଦ୍ୟ ସାଙ୍ଗକୁ ମଦ ଯୋଗାଉଥିବା ହୋଟେଲ/ରେସ୍ତୋରାଁ,କ୍ଲବରେ ମଦ ପିଇପାରିବେ । ସେନେଇ କୌଣସି କଟକଣା ରହିବ ନାହିଁ ।

ତେବେ ଗିପ୍ଟ ସହରରେ୧୯୬୦ ମସିହାରେ ମାଦକ ଦ୍ରବ୍ୟ ବ୍ୟାନ୍‌ କରାଯାଇଥିଲା ଯାହାକୁ ବର୍ତ୍ତମାନ ଏବେ ପ୍ରତ୍ୟାହାର କରାଯାଇଛି । ଏନେଇ ଏହି ସହରରରେ ବିଭିନ୍ନ ମାଦକ ଦ୍ରବ୍ୟ ସେବନର ଅନୁମତି ମିଳିଥିବା ବେଳେ ପ୍ରତ୍ୟେକ ରେସ୍ତୋରାଁ ଏବଂ କ୍ଲବ୍‌ ଗୁଡ଼ିକୁ FL3 ଲାଇସେନ୍ସ ଦିଆଯିବା ନେଇ ସୂଚନା ରହିଛି । ଏହି ଅନୁମତି ମିଳିବା ପରେ ସେମାନେ ବିନା କୌଣସି କଟକଣାରେ”ୱାଇନ୍ ଆଣ୍ଡ ଡାଇନ” ବ୍ୟବସାୟ କରିବାକୁ ସକ୍ଷମ ହେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.