ପ୍ରଥମ ଦିନରେ ହିଁ ଫିଲ୍ମ ‘ସାଲାର’ ରଚିଲା ଇତିହାସ, ଭାଙ୍ଗିଲା ସବୁ ରେକର୍ଡ

ଓପନିଂ ଡେ'ରେ ସିନେମା ହଲରେ ଧମାଲ କରୁଛି 'ସାଲାର' । ତେବେ ଆସନ୍ତୁ ଜାଣିବା ପ୍ରଭାସଙ୍କ ଫିଲ୍ମ ରିଲିଜ୍ ହେବାର ପ୍ରଥମ ଦିନରେ କେତେ କୋଟି ଇନକମ କରିଛି ।

ବହୁ ଅପେକ୍ଷା ପରେ ସିନେମା ହଲରେ ରିଲିଜ ହୋଇଛି ‘ସାଲାର୍: ପାର୍ଟ ୱାନ୍’ । ପ୍ରଭାସଙ୍କ ଅଭିନୀତ ଏହି ଫିଲ୍ମ ପ୍ରଥମ ଦିନରେ ହି ଦର୍ଶକଙ୍କ ଜବରଦସ୍ତ ରେସପନ୍ସ ପାଇଛି । ଓପନିଂ ଡେ’ରେ ସିନେମା ହଲରେ ଧମାଲ କରୁଛି ‘ସଲାର’ । ତେବେ ଆସନ୍ତୁ ଜାଣିବା ପ୍ରଭାସଙ୍କ ଫିଲ୍ମ ରିଲିଜ୍ ହେବାର ପ୍ରଥମ ଦିନରେ କେତେ କୋଟି ଇନକମ କରିଛି ।

ପୂର୍ବରୁ କିଛି ଫିଲ୍ମର ଖରାପ ପ୍ରଦର୍ଶନ ପରେ ପ୍ରଭାସ ‘ସାଲାର’ ସହିତ ଏକ ଦମଦାର କମବ୍ୟାକ କରିଛନ୍ତି । ଫ୍ୟାନ୍ସମାନଙ୍କ ମଧ୍ୟରେ ଏହି ଆକ୍ସନ୍ ଥ୍ରୀଲରର କ୍ରେଜ୍ ଏତେ ରହିଛି ଯେ ପ୍ରଥମ ଦିନରେ ଏହାକୁ ଦେଖିବା ପାଇଁ ସିନେମା ହଲରେ ଦର୍ଶକଙ୍କ ଲମ୍ବା ଧାଡି ଦେଖିବାକୁ ମିଳିଥିଲା ​​ଏବଂ ପ୍ରଶାନ୍ତ ନୀଲଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ସୋସିଆଲ ମିଡିଆରେ ମଧ୍ୟ ଅନେକ ପ୍ରଶଂସା ପାଉଛି ।

ଏବେ ‘ସାଲାର’ ରିଲିଜ୍ ହେବାର ଫାଷ୍ଟ ଡେ’ ଇନକମର ଏକ ରିପୋର୍ଟ ଆସିଛି । ରିପୋର୍ଟ ଅନୁଯାୟୀ, ‘ସାଲାର’ ରିଲିଜ୍ ହେବାର ପ୍ରଥମ ଦିନରେ ୯୫ କୋଟି ଟଙ୍କାର ଏକ ବଡ଼ ବ୍ୟବସାୟ କରିଛି । ଫାଷ୍ଟ ଡେ’ରେ ୯୫ କୋଟି ଟଙ୍କା ଇମକମ ଦ୍ୱାରା ଏହି ଫିଲ୍ମ ପଠାନ୍, ଜୱାନ୍, ଡଙ୍କି ସମେତ ଅନେକ ଫିଲ୍ମର ରେକର୍ଡ ଭାଙ୍ଗିଛି । ଏହା ସହ ପ୍ରଭାସଙ୍କ ଫିଲ୍ମ ଚଳିତ ବର୍ଷର ସବୁଠୁ ବଡ ଓପନର୍ ହୋଇପାରିଛି । ସାରା ବିଶ୍ୱରେ ଏହି ଫିଲ୍ମ ୧୭୫ ଟଙ୍କାର ଦମଦାର ଇନକମ କରିଛି ।

ସୂଚନାଯୋଗ୍ୟ, ଫିଲ୍ମ ‘ସାଲାର’ ନିର୍ଦ୍ଦେଶନା ଦେଇଛନ୍ତି ପ୍ରଶାନ୍ତ ନୀଲ । ଏହି ଫିଲ୍ମରେ ପ୍ରଭାସ ଓ ଶ୍ରୁତି ହାସନଙ୍କ ସହ ପ୍ରୀତିରାଜ ସୁକୁମାରନ୍, ଜଗପତି ବାବୁ ରେଡ୍ଡୀ ଆଦି ଅନେକ କଳାକାର ଗୁରୁତ୍ୱପୂର୍ଣ୍ଣ ଭୂମିକା ନଜର ଆସିଛନ୍ତି । ସୂଚନା ଅନୁଯାୟୀ ପ୍ରଭାସ ଏହି ଫିଲ୍ମ ପାଇଁ ୧୦୦ କୋଟି ଟଙ୍କା ନେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.