ସାବଧାନ ମାତିଛନ୍ତି ଶିକ୍ଷିତ ଲୁଟେରା, ଆଖି ପଲକରେ ଚକମା ଦେଇ ଲୁଟି ନେଉଛନ୍ତି ଟଙ୍କା ସୁନା

ସାବଧାନ ମାତିଛନ୍ତି ଶିକ୍ଷିତ ଲୁଟେରା। କରୁଛନ୍ତି ସ୍ମାର୍ଟ ଉପାୟରେ ଚୋରି ଡକାୟତି। ଆଖି ପଲକରେ ଚକମା ଦେଇ ଲୁଟି ନେଉଛନ୍ତି ଟଙ୍କା ସୁନା। ଏମାନେ ଏଭଳି ଲୁଟ୍‌ର ତରିକା ଜାଣିଛନ୍ତି ଯାହାର କାହାକୁ ବି ସୁରାକ ମିଳିବ ନାହିଁ। କାରଣ ଏମାନେ ହେଉଛନ୍ତି ଆଜିର ପଢା ଲେଖା ଲୁଟେରା। ନିଜର ଉଚ୍ଚଶିକ୍ଷା ଓ ଟେକନିକାଲ ଅଭିଜ୍ଞତାକୁ ବ୍ୟବହାର କରି ଘଟାଇ ଚାଲନ୍ତି ଲୁଟ୍‌ତରାଜ। ରାତାରାତି ବଡ ଲୋକ ହେବା ଓ ଅୟସ ଆରାମ ଜୀବନ ଜୀଇବାର ନିଶା ପାଇଁ ଆପଣାଇ ନିଅନ୍ତି ଏହି ରାସ୍ତା। ତେବେ ଏମାନଙ୍କ ଭିତରେ କିନ୍ତୁ ଅନେକ ଅଛନ୍ତି ଯେଉଁମାନେ ଚାକିର ନପାଇ ହତାଶ ହେବା ପରେ ଚାଲି ଆସିଛନ୍ତି ଅପରାଧ ଦୁନିଆକୁ । ସେହିଭଳି ଜଣେ ଲୁଟେରା ଥିଲା ଦିଲ୍ଲୀର ୨୫ ବର୍ଷ ବୟସ୍କ ସଦ୍ଦାମ ହୁସେନ। ସଦ୍ଦାମ ୨୦୧୬ରେ ବିସିଏ ପାଠ ଶେଷ କରିବା ପରେ ଚାକିରି ପାଇନଥିଲା। ଅନେକ ଇଣ୍ଟରଭ୍ୟୁ ଦେଇ ଫେଲ୍‌ ମାରିଲା । ଶେଷରେ ଜାହାଙ୍ଗିରପୁରରେ ଏକ ତମାଖୁ ଦୋକାନ କରି ବସିଥିଲା। ତେବେ ଉଚ୍ଚଶିକ୍ଷିତ ଥିବାରୁ ସଦ୍ଦାମକୁ ଦୋକାନରେ ବସିବା ପସନ୍ଦ ଲାଗୁନଥିଲା।

ଆହୁରି ପଢନ୍ତୁ: ଭାରତର ଅଜବ ରାଜ୍ୟ, ଯେଉଁଠି ରହିବା ପାଇଁ ଦେଶର ଲୋକଙ୍କୁ ହିଁ ନେବାକୁ ପଡ଼ିଥାଏ ‘ଭିସା’

ପରେ ସଦ୍ଦାମକୁ ତାର ବୟସର ଚାରି ଜଣ ଲୁଟେରାଙ୍କ ସହ ଦେଖା ହୋଇଥିଲା। ସେମାନେ ଆଗରୁ ରାହାଜାନୀ ଓ ଡକାୟତିରେ ମାହିର ଥିଲେ। ସେମାନଙ୍କ ସାଙ୍ଗରେ ମିଶି ସଦ୍ଦାମ ମଧ୍ୟ ପାଦ ଦେଲା ଅପରାଧ ଜଗତରେ । ଦିନ ପରେ ଦିନ ବିତି ଚାଲିଲା ଆଉ ସଦ୍ଦାମ ମଧ୍ୟ ଲୁଟ୍, ଡକାୟତିରେ ସିଦ୍ଧହସ୍ତ ହୋଇଗଲା। ପରେ ନିଜେ ଏକ ଗ୍ୟାଙ୍ଗ କରି ସେଥିରେ ସର୍ଦ୍ଦାର ବନିଗଲା। ୩ ବର୍ଷ ମଧ୍ୟରେ ସଦ୍ଦାମ ପାଖାପାଖି ୧୦୦ରୁ ଅଧିକ ଅପରାଧ ଘଟାଇଥିଲା। ଆଉ ପୋଲିସ ଆଖିରେ ଧୂଳି ଦେଇ ଗୋଟିଏ ପରେ ଗୋଟିଏ ଲୁଟ କରିଚା ଲିଥିଲା। ଏମିତିରେ ବିସିଏ ପାସ କରିଥିବାରୁ ଟେକ୍ନୋଲୋଜି ପାଠ ବେଶ୍ ଭଲଭାବରେ ଜଣା ଥିଲା ସଦ୍ଦାମକୁ। ଚୋରି ତସ୍କରିରେ ଆଣୁଥିବା ଅଳଙ୍କାରକୁ ବିଭିନ୍ନ ସୁନାଋଣ ବ୍ୟାଙ୍କରେ ଲଗାଇ ଟଙ୍କା ଆଣୁଥିଲା। ସେମିତି ଲୁଟରେ ଆଣିଥିବା ଟଙ୍କାକୁ ମଧ୍ୟ ବ୍ୟାଙ୍କରେ ଡିପୋଜିଟ କରି ନିଜର ଡିଜିଟାଲ ୱାଲେଟକୁ ନେଇ ଆସୁଥିଲା। ଯାହାଦ୍ବାରା ପୋଲିସକୁ ଟିକିଏ ବି ସୁରାକ ମିଳି ପାରୁନଥିଲା।

ଆହୁରି ପଢନ୍ତୁ: ଜାଣିଛନ୍ତି କି ଫରକ ? ୧୫ ଅଗଷ୍ଟ ଏବଂ ୨୬ ଜାନୁଆରୀ, ପତାକା ଉତ୍ତୋଳନ ହୁଏ କେମିତି

ହେଲେ ଚୋର ଘର ସବୁଦିନ ଅନ୍ଧାର ନଥାଏ । ସଦ୍ଦାମର ମଧ୍ୟ ଅପରାଧୀ ସାମ୍ରାଜ୍ୟରେ କଳାବାଦଲ ଛାଇ ଆସିଲା। ଯେତେବେଳେ ଗତ ଅଗଷ୍ଟ ୨ରେ ଜଣେ ମଦ ବ୍ୟବସାୟୀଙ୍କ ଠାରୁ ସଦ୍ଦାମ ଓ ତାର ସହଯୋଗୀ ୧ ଲକ୍ଷ ୬୭ ହଜାର ଟଙ୍କ ଲୁଟ କରିଥିଲେ। ଏହି ଘଟଣାର ତଦନ୍ତ ପାଇଁ ପୋଲିସ ଗଠନ କରିଥିଲା ଏକ ସ୍ୱତନ୍ତ୍ର ଟିମ୍‌। ଯେଉଁଥିରେ ଅପରାଧୀଙ୍କୁ ଧରିବା ପାଇଁ ବଛା ବଛା ଅଫିସରଙ୍କୁ ସାମିଲ କରାଗଲା। ପୋଲିସ ଲୁଟ ହୋଇଥିବା ଜାଗାର ସିସିଟିଭକୁ ଭଲ ଭାବେ ଯାଞ୍ଚ କଲା। ଯେଉଁଥିରେ ପୋଲିସକୁ ସଦ୍ଦାମ ସହଯୋଗୀର ଚେହୋର ଦେଖିବାକୁ ମିଳିଲା । ପରେ ସେହି ସହଯୋଗୀକୁ ଧରି ସଦ୍ଦାମ ପର୍ଯ୍ୟନ୍ତ ପହଞ୍ଚିଗଲା ପୋଲିସ। ଆଉ ଗିରଫ କରି କୋର୍ଟ ଚାଲାଣ କରିଛି ପୂରା ଗ୍ୟାଙ୍ଗକୁ । ଆଉ ସଦ୍ଦାମ କଳା ସାମ୍ରାଜ୍ୟର ପତନ ଘଟିଛି ।