Below header

ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା: ବିଭିନ୍ନ ରାଜନୈତିକ ଦଳର ୧୮ କର୍ମୀଙ୍କ ମୃତ୍ୟୁ

ହିଂସାରେ ବିଭିନ୍ନ ରାଜନୈତିକ ଦଳଙ୍କ ୧୮ ଜଣ କର୍ମୀଙ୍କ ଜୀବନ ଯାଇଛି। ମୃତକଙ୍କ ଭିତରେ ଅଛନ୍ତି ୧୦ ଟିଏମସି କର୍ମୀ, ୩ ବିଜେପି କର୍ମୀ, ୩ କଂଗ୍ରେସ କର୍ମୀ ଏବଂ ସିପିଆଇଏମର ୨ କର୍ମୀ । ମୁର୍ସିଦାବାଦରେ ୩ ଜଣ, କୁଚ ବିହାରରେ ୨ ଜଣ, ଇଷ୍ଟ ବୁର୍ଦ୍ଦଓ୍ଵାନ ଜିଲ୍ଲାରେ ୩ ଜଣଙ୍କ ମୃତ୍ୟୁ ଘଟିଛି।

ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସାରେ ଏପର୍ଯ୍ୟନ୍ତ ୧୮ ଜଣଙ୍କ ମୃତ୍ୟୁ ହେଲାଣି । ଗତକାଲିଠୁ ପଞ୍ଚାୟତ ନିର୍ବାଚନ ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନ ଭୟଙ୍କର ହିଂସାକାଣ୍ଡ ଦେଖିବାକୁ ମିଳିଥିଲା । ହିଂସାରେ ବିଭିନ୍ନ ରାଜନୈତିକ ଦଳଙ୍କ ୧୮ ଜଣ କର୍ମୀଙ୍କ ଜୀବନ ଯାଇଛି। ମୃତକଙ୍କ ଭିତରେ ଅଛନ୍ତି ୧୦ ଟିଏମସି କର୍ମୀ, ୩ ବିଜେପି କର୍ମୀ, ୩ କଂଗ୍ରେସ କର୍ମୀ ଏବଂ ସିପିଆଇଏମର ୨ କର୍ମୀ । ମୁର୍ସିଦାବାଦରେ ୩ ଜଣ, କୁଚ ବିହାରରେ ୨ ଜଣ, ଇଷ୍ଟ ବୁର୍ଦ୍ଦଓ୍ଵାନ ଜିଲ୍ଲାରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ଦକ୍ଷିଣ ୨୪ ପ୍ରଗଣା, ମାଲଦା, ମୁର୍ସିଦାବାଦ ଜିଲ୍ଲାରେ ସବୁଠୁ ଅଧିକ ହିଂସାକାଣ୍ଡ ଘଟିଛି। ଏଠି ବୋମାମାଡ଼ ଓ ଛୁରୀମାଡ଼ ହୋଇଛି। ମୁର୍ସିଦାବାଦରେ ପୋଲିସ ଗାଡ଼ିକୁ ଜାଳି ଦେଇଛନ୍ତି ଦୁର୍ବୃତ୍ତ ।

ଗତକାଲି ପଶ୍ଚିମବଙ୍ଗରେ ଭୋଟ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବା ମାତ୍ରେ ହିଂସାକାଣ୍ଡ ଆରମ୍ଭ ହୋଇ ଯାଇଥିଲା। ପରସ୍ପର ଉପରେ ଆକ୍ରମଣ ପ୍ରତିଆକ୍ରମଣ କରିଥିଲେ ରାଜନୈତିକ ଦଳର କର୍ମୀମାନେ । କେଉଁଠି ବୁଥରେ ଭଙ୍ଗାରୁଜା ହୋଇଛି ତ କେଉଁଠି ପୋଡ଼ାଜଳା। କେଉଁଠି ଭୋଟ ବାକ୍ସ ଲୁଟ କରିଛନ୍ତି। ଅନେକ ସ୍ଥାନରେ ବୁଥ କ୍ୟାପଚର ଦେଖିବାକୁ ମିଳିଛି। ହିଂସା ପାଇଁ ରାଜନୈତିକ ଦଳମାନେ ପରସ୍ପରକୁ ଦାୟୀ କରିଛନ୍ତି । ପଶ୍ଚିମବଙ୍ଗରେ ଯେପରି ବିନା ହିଂସାରେ ନିର୍ବାଚନ ନାହିଁ। ପଶ୍ଚିମବଙ୍ଗର ବିଜେପି ସଭାପତି ସୁକାନ୍ତ ମଜୁମଦାରଙ୍କ ଠାରୁ ହିଂସାକାଣ୍ଡ ନେଇ ସବିଶେଷ ତଥ୍ୟ ମାଗିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.