Below header

ବାହାନଗା ଟ୍ରେନ୍ ଦୁର୍ଘଟଣା : କାହିଁକି ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରିଥିଲେ ୩ ଅଭିଯୁକ୍ତ ?

ବାହାନଗା ଟ୍ରେନ୍‌ ଟ୍ରାଜେଡି ପଛର ସତ କଣ ? କାହିଁକି ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରିଥିଲେ ୩ ଅଭିଯୁକ୍ତ । ଶୁକ୍ରବାରଠୁ ୫ ଦିନିଆ ରିମାଣ୍ଡରେ ନେଇ ସତ ଓଗାଳିବାକୁ ଉଦ୍ୟମ କରୁଛି ସିବିଆଇ । ଦୁର୍ଘଟଣା ଦିନ କଣ ଘଟିଥିଲା? ସିଗନାଲରେ କେତେବେଳେ ତ୍ରୁଟି ଦେଖାଯାଇଥିଲା? ଏନେଇ ଅଧିକାରୀମାନେ କେତେବେଳେ ଜାଣିଲେ? ଏମିତି ଏକାଧିକ ପ୍ରଶ୍ନର ଉତ୍ତର ଖୋଜୁଛନ୍ତି ସିବିଆଇ ଅଧିକାରୀ ।

ବାଲେଶ୍ୱର (କେନ୍ୟୁଜ): ବାହାନଗା ଟ୍ରେନ୍‌ ଟ୍ରାଜେଡି ପଛର ସତ କଣ ? କାହିଁକି ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରିଥିଲେ ୩ ଅଭିଯୁକ୍ତ । ଶୁକ୍ରବାରଠୁ ୫ ଦିନିଆ ରିମାଣ୍ଡରେ ନେଇ ସତ ଓଗାଳିବାକୁ ଉଦ୍ୟମ କରୁଛି ସିବିଆଇ । ଗତକାଲି ଗିରଫ ୩ ଅଭିଯୁକ୍ତ ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ ମହାନ୍ତ, ସେକ୍ସନ ଇଞ୍ଜିିନିୟର ଅମୀର ଖାନ ଓ ଟେକନିସିଆନ ପପୁ କୁମାରଙ୍କୁ ଚନ୍ଦକା ଥାନାରେ ରଖି ପଚରାଉଚରା କରିଥିଲା । ଦୁର୍ଘଟଣା ଦିନ କଣ ଘଟିଥିଲା? ସିଗନାଲରେ କେତେବେଳେ ତ୍ରୁଟି ଦେଖାଯାଇଥିଲା? ଏନେଇ ଅଧିକାରୀମାନେ କେତେବେଳେ ଜାଣିଲେ? ଏମିତି ଏକାଧିକ ପ୍ରଶ୍ନର ଉତ୍ତର ଖୋଜୁଛନ୍ତି ସିବିଆଇ ଅଧିକାରୀ ।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନାନୁସାରେ, ସେମାନଙ୍କ ବୟାନରେ ତାଳମେଳ ରହୁ ନାହିଁ। ଯାହାକୁ ନେଇ ଅଧିକ ସନ୍ଦେହ ଉପୁଜିବାରେ ଲାଗିଛି। ଅନ୍ୟ ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବାଲେଶ୍ବର ଷ୍ଟେସନ୍‌ରେ ଲାଗିଥିବା ପୁରୁଣା ଇଲେକ୍ଟ୍ରିକ୍ ଲିଫ୍ଟିଂ ବ୍ୟାରିଅର(ଇଏଲବି)କୁ ଖୋଲାଯାଇ ବାହାନଗା ଷ୍ଟେସନରେ ଲଗା ଯାଇଥିଲା। ଗିରଫ ହୋଇଥିବା ଟେକ୍ନିସିଆନ୍, ସେକ୍ସନ୍ ଇଞ୍ଜିନିୟର୍‌ ଓ ସିନିଅର ସେକ୍ସନ୍ ଇଞ୍ଜିନିୟର୍‌ ଏହାକୁ ଯାଞ୍ଚ କରିଥିଲେ। ସେମାନଙ୍କ ଅବହେଳା ଯୋଗୁଁ ଦୁର୍ଘଟଣା ଘଟିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। କିନ୍ତୁ ଏହି ସିଗନାଲିଂ ଓ ଇଣ୍ଟର୍‌-ଲକିଂ ସିଷ୍ଟମ୍ ଠିକ୍ ଭାବେ କାମ କରୁଛି କି ନାହିଁ, ତାହାକୁ ବରିଷ୍ଠ ଅଧିକାରୀମାନେ ଯାଞ୍ଚ କରିବା କଥା। ବରିଷ୍ଠ ଅଧିକାରୀଙ୍କ ଭୂମିକା କ’ଣ ରହିଛି, ସେନେଇ ତଦନ୍ତକାରୀ ଅଧିକାରୀ ଖୋଳତାଡ଼ କରୁଛନ୍ତି। ୧୧ ତାରିଖରେ ଏମାନଙ୍କୁ ପୁଣି କୋର୍ଟରେ ହାଜର କରିବ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ।

ଶୁକ୍ରବାର ବାହାନଗା ଟ୍ରେନ ଦୁର୍ଘଟଣାରେ ତିନି ଜଣଙ୍କୁ ଗିରଫ କରିଥିଲା ସିବିଆଇ । ଗତ ମାସ ୨ ତାରିଖରେ ବାହାନଗାରେ ଟ୍ରେନ୍‌ ଦୁର୍ଘଟଣା ଘଟିଥିଲା, ଏଥିରେ ୨୯୩ ଜଣଙ୍କ ମୃତ୍ୟୁ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.