Below header

ରାସ୍ତା ଉପରେ ଛିଡା ହୋଇଥିଲା ସ୍କୁଟର, ହଠାତ୍‌ ଧୁ ଧୁ ହୋଇ ଜଳିବାକୁ ଲାଗିଲା ଦେଖନ୍ତୁ ଭିଡିଓ

ଇଲେକଟ୍ରିକ୍‌ ସ୍କୁଟରରେ ନିଆଁ ଲାଗିଯିବାର ଏକ ତାଜା ମାମଲା ଏବେ ସାମ୍ନାକୁ ଆସିଛି। ଏହି ମାମଲା ମୁମ୍ବାଇ ଅନ୍ଧେରୀର। ଏଠାରେ ବିଚ୍‌ ବଜାରରେ ଘଟିଥିବା ଏକ ବଡ ଅଘଟଣର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଭିଡିଓରେ ଯେଉଁ ଚିତ୍ର ଦେଖିବାକୁ ମିଳୁଛି ତାକୁ ଦେଖିଲେ ଆପଣ ନିଜ ଆଖିକୁ ବି ବିଶ୍ୱାସ କରିପାରିବେନାହିଁ। ଭିଡିଓରେ ଦେଖିବାକୁ ମିଳିଛି ଯେ ଗୋଟେ ଇଲେକଟ୍ରିକ୍‌ ସ୍କୁଟରରେ ଆଚାନକ ଧୂଆଁ ବାହାରିବାରେ ଲାଗିଲା। ଆଉ ବହୁତ କମ୍‌ ସମୟ ଭିତରେ ଏତେ ଦୃତ ବେଗରେ ଧୂଆଁ ବାହାରୁଛି ଯେ ମାତ୍ର କିଛି ସମୟ ଭିତରେ ସ୍କୁଟରରେ ନିଆଁ ଧରିଯାଉଛି। ଆଉ ନିଆଁ ଜୋର ଜୋରରେ ଉପରକୁ ମାଡି ଚାଲିଛି।

ଚାହୁଁ ଚାହୁଁ ସ୍କୁଟରରେ ନିଆଁ ଧୁ ଧୁ ହୋଇ ଜଳିବାରେ ଲାଗିଲା। ଲୋକେ ଏହା ଦେଖି ବାଲତିରେ ପାଣି ଆଣି ନିଆଁକୁ ଆୟତ୍ତ କରିବାରେ ଲାଗିଲେ। କିନ୍ତୁ ନିଆଁ ଲିଭିବାର ନାଁ ଧରୁନଥିଲା ବରଂ ଆହୁରି ଅଧିକ ବ୍ୟାପିବାର ଲାଗିଲା। କିନ୍ତୁ ବାଲତି ବାଲତି ପାଣି ପକାଇ ଲୋକମାନେ ନିଅଁକୁ ଆୟତ୍ତ କରିବାକୁ ସଫଳ ହୋଇପାରିଲେ।

ତେବେ ଇଲେକଟ୍ରିକ୍‌ ସ୍କୁଟରରେ କେମିତି ନିଅାଁ ଲାଗିଲା ଏହି ଘଟଣା ପରେ ଯାଞ୍ଚ କରୁଛି କମ୍ପାନୀ। ଏଥିପାଇଁ ବେଙ୍ଗାଲୁରୁରେ ନିଜର ଥାର୍ଡ ପାର୍ଟି ଭେଣ୍ଡରଙ୍କ ସହ ସମ୍ପର୍କ କରିଛି କମ୍ପାନୀ। ନିଆଁ ଲାଗିଥିବା ଏହି ସ୍କୁଟର ହେଉଛି saharaevols-x1 । ଏହା ପୂର୍ବରୁ Pure EV ର ଦୁଇଟି ଇଲେକଟ୍ରିକ ସ୍କୁଟରରେ ନିଆଁ ଲାଗିଥିଲା। ଏହା ପୂର୍ବରୁ Okinawa ସ୍କୁଟରରେ ନିଆଁ ଲାଗିଥିବା ମାମଲା ସାମ୍ନାକୁ ଆସିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.