ଆର୍ଯ୍ୟନଙ୍କ ବେଲ୍‌ ସର୍ତ୍ତରେ ପରିବର୍ତ୍ତନ କଲେ ବମ୍ବେ ହାଇକୋର୍ଟ,ଏଣିକି ପ୍ରତି ଶୁକ୍ରବାର ଏନ୍‌ସିବିରେ ହାଜର ହେବେନି

କେନ୍ୟୁଜ୍(ବ୍ୟୁରୋ): ଆର୍ଯ୍ୟନଙ୍କୁ ଆଶ୍ୱସ୍ତି । ଏଣିକି ପ୍ରତି ଶୁକ୍ରବାର ଏନ୍‌ସିବିରେ ହାଜର ହେବେନି ଜୁନିୟର୍‌ କିଙ୍ଗ୍‌ ଖାନ୍‌ । ବେଲ୍‌ ସର୍ତ୍ତରେ ପରିବର୍ତ୍ତନ କଲେ ବମ୍ବେ ହାଇକୋର୍ଟ । ତେବେ ଯେକୌଣସି ସମୟରେ ସମନ୍‌ ହେଲେ ଦିଲ୍ଲୀ ଏସ୍‌ଆଇଟିରେ ହାଜର ହେବାକୁ ଆର୍ଯ୍ୟନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏହା ସହ ମୁମ୍ବାଇ ଛାଡିବାକୁ ହେଲେ ତଦନ୍ତକରୀ ଅଧିକାରୀଙ୍କୁ ଏନେଇ ସୂଚନା ଦେବା ଅନିବାର୍ଯ୍ୟ ବୋଲି କୋର୍ଟ କହିଛନ୍ତି । ମୁମ୍ବାଇ କ୍ରୁସ୍‌ ଡ୍ରଗ୍ସ ଲିଙ୍କ୍‌ ମାମଲାରେ ବେଲ୍‌ ସର୍ତ୍ତାବଳୀ ପରିବର୍ତ୍ତନ ପାଇଁ ଆର୍ଯ୍ୟନ ଖାନ୍‌ ଆବେଦନ କରିଥିଲେ । ଯାହାର ଶୁଣାଣୀରେ ଏପରି ରାୟ ଦେଇଛନ୍ତି ବମ୍ବେ ହାଇକୋର୍ଟ । ଗତ ଅକ୍ଟୋବର ୨୮ ତାରିଖରେ ଜାମିନ ପାଇଥିଲେ ଆର୍ଯ୍ୟନ୍‌ ।

 

୧୪ଟି ସର୍ତ୍ତ ସହ ଜାମିନ୍‌ ଦେଇଥିଲେ ବମ୍ବେ ହାଇକୋର୍ଟ । ଯେଉଥିରେ ଥିଲା ପୋଲିସକୁ ସୂଚନା ନଦେଇ ମୁମ୍ବାଇ ଛାଡ଼ି ପାରିବେନି ଆର୍ଯ୍ୟନ୍‌ । ପ୍ରତି ଶୁକ୍ରବାର ଏନସିବିରେ ହାଜିରା ପକାଇବାକୁ ଥିଲା ନିର୍ଦ୍ଦେଶ । ଅକ୍ଟୋବର ୨ ତାରିଖରେ ମୁମ୍ବାଇ ରେଭ ପାର୍ଟିରୁ ଅଟକ ହୋଇ ଗିରଫ ହୋଇଥିଲେ ଆର୍ଯ୍ୟନ ଖାନ୍‌ । ୮ ତାରିଖରେ ତାଙ୍କୁ ଜେଲକୁ ପଠାଇ ଦିଆଯାଇଥିଲା। ଦୁଇ ଦୁଇ ଥର ଜାମିନ ଖାରଜ ହେବା ପରେ ଗୁରୁବାର ତାଙ୍କୁ ଜାମିନ ପ୍ରଦାନ କରିଥିଲେ ବମ୍ବେ ହାଇକୋର୍ଟ । .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.