Below header

ମ୍ୟୁଜିକ ବଜାଉଛି ହାତୀ , ଷୁଣ୍ଢରେ ମାଉତ୍‌ ଅର୍‌ଗାନ ବଜାଇ ଏବେ ଚର୍ଚ୍ଚାରେ ମାଇ ହାତୀ ଲକ୍ଷ୍ମୀ

ତାମିଲନାଡୁ : ମ୍ୟୁଜିକର ତାଳେ ତାଳେ ହାତୀ ଡ୍ୟାନ୍ସ କରୁଥିବା ଦେଖିଥିବେ । ହେଲେ ହାତୀ ନିଜେ ମ୍ୟୁଜିକ ବଜାଉଥିବା ଦେଖିଛନ୍ତି କି ? ତାମିଲନାଡୁ ଟେକ୍କମପଟ୍ଟିର ମାଇ ହାତୀ ଲକ୍ଷ୍ମୀ, ଷୁଣ୍ଢରେ ମାଉତ୍‌ ଅର୍‌ଗାନ ବଜାଇ ଏବେ ଚର୍ଚ୍ଚାରେ । କେବଳ ଅରଗାନ ବଜାଉନି ମ୍ୟୁଜିକର ତାଳେ ତାଳେ ଝୁମୁଛି ମଧ୍ୟ ।

picଅନବରତ ୧୫ ମିନିଟ ପର‌୍ୟ୍ୟନ୍ତ ଆରଗାନ ବଜାଇ ପାରୁଛି । ଲକ୍ଷ୍ମୀର ଏହି ମ୍ୟୁଜିକ ସ୍କିଲ ୨୦୧୬ରେ ଅନୁଷ୍ଠିତ ଏକ ଏଲିଫେଣ୍ଟ କ୍ୟାମ୍ପରେ ସାମ୍ନାକୁ ଆସିଥିଲା । ଏବେ ୩ ବର୍ଷ ପରେ କୋଏମ୍ବଟୁର ଜିଲ୍ଲାର ଏକ କ୍ୟାମ୍ପରେ ପୁଣି ଥରେ ଲକ୍ଷ୍ମୀ ନିଜ ମ୍ୟୁଜିକ ସ୍କିଲ ଦେଖାଇ ସମସ୍ତଙ୍କ ମନ ଜିତିଛି । ହାତୀକୁ ଅରଗାନ ଶିଖାଇଥିବା ତାର ମାହୁନ୍ତକୁ ବି ଏବେ ସବୁଠି ପ୍ରଶଂସା କରାଯାଉଛି ।

ଦେଖନ୍ତୁ ଭିଡିଓ :

video cutesy – ANI

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.