କର୍ଣ୍ଣାଟକ କଂଗ୍ରେସରେ ସଙ୍କଟ , ରିସୋର୍ଟରେ ମାରପିଟ୍‌ ପରେ ଆଜି ପୁଣି ବୈଠକ ଡାକିଲେ ବରିଷ୍ଠ ନେତା ସିଦ୍ଧରମୟା

କର୍ଣ୍ଣାଟକ(କେନ୍ୟୁଜ୍) : କର୍ଣ୍ଣାଟକ କଂଗ୍ରେସରେ ସଂକଟ । କଂଗ୍ରେସରେ ଲାଗିରହିଥିବା ଆଭ୍ୟନ୍ତରୀଣ କନ୍ଦଳ ଏବେ ଦଳ ପାଇଁ ଚିନ୍ତାର କାରଣ ହୋଇଛି । ଗତକାଲି ରିସୋର୍ଟରେ ବିଧାୟକଙ୍କ ଭିତରେ ମାରପିଟ୍‌ ପରେ ଆଜି ସିଏଲ୍‌ପି ବୈଠକ ଡାକିଛନ୍ତି ବରିଷ୍ଠ ନେତା ସିଦ୍ଧରମୈୟା ।  ଏହି ବୈଠକରେ ଦଳର ସମସ୍ତ ବିଧାୟକଙ୍କୁ ଯୋଦେବାକୁ କୁହାଯାଇଛି ।

conggକର୍ଣ୍ଣାଟକ ବିଧାନସଭାରେ ୭୯ କଂଗ୍ରେସ ବିଧାୟକ ଅଛନ୍ତି । ସେଥିରୁ ୪ ବିଧାୟକ ବିଦ୍ରୋହୀ ବୋଲି କୁହାଯାଉଛି । ବିଜେପି ସେହି ନେତାଙ୍କୁ ନିଜ ଆଡକୁ ନେବାକୁ ଚେଷ୍ଟା କରୁଥିବା ଅଭିଯୋଗ କରୁଛି କଂଗ୍ରେସ । ଏହାକୁ ଦୃଷ୍ଟିରେ ରଖି ଦଳ ସମସ୍ତ ବିଧାୟକଙ୍କୁ ନେଇ ବେଙ୍ଗାଲୁରୁର ଇଗଲଟଲ ରିସୋର୍ଟରେ ରଖିଛି । ରିସୋର୍ଟରେ ଦୁଇ ବିଧାୟକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଜଣେ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏହାକୁ ନେଇ ବିଜେପି କହିଛି କଂଗ୍ରେସ ଦଳରେ ଅରାଜକତା ରହିଛି । ହେଲେ କଂଗ୍ରେସ ଗଣ୍ଡଗୋଳକୁ ଖଣ୍ଡନ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.