ରୋଗୀଣା ବାପାଙ୍କୁ ଖୁସି ଦେବା ପାଇଁ ବିବାହ କରୁଥିବା ଝିଅଙ୍କ ପ୍ରୟାସ, ଭିଡିଓ ଦେଖି ଆସିବ ଆଖିରେ ପାଣି

ୱାଶିଂଟନ୍ : ଏବେ ନିକଟରେ ଆଲବାମାର ଜଣେ ନବବିବାହିତାଙ୍କ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଏହି ଭିଡିଓଟି ୩.୨୯ ମିନିଟର ରହିଥିବା ବେଳେ ଏଥିରେ ନଜର ଆସିଛି ପିତା ଏବଂ ଝିଅଙ୍କ ମଝିରେ ଥିବା ଅଗାଡ଼ ପ୍ରେମ । ଏହାକୁ ଦେଖିବା ଲୋକଙ୍କ ଆଖିରେ ନିଶ୍ଚିତ ଲୁହ ଆଣିଦେବ। ବାସ୍ତବରେ ଏହି ଭିଡିଓ ପ୍ରଫୋସନାଲ ଡ୍ୟାନ୍ସର ମେରି ବର୍ନଙ୍କ ବିବାହର ଅଟେ।
ସୂଚନାନୁଯାୟୀ, ମେରିଙ୍କ ପିତା ଏକ ଗମ୍ଭୀର ରୋଗରେ ପୀଡ଼ିତ। ତାଙ୍କୁ ଏକପ୍ରକାରର ମସ୍ତିଷ୍କ କ୍ୟାନ୍ସର ହୋଇଛି, ଯାହାର ଚିକିତ୍ସା ସମ୍ଭବପର ନୁହଁ । ଯାହା ଫଳରେ ସେ ହ୍ବିଲଚ୍ୟାୟରରେ ହିଁ ତାଙ୍କ ଜୀବନ ବିତାଇଥାନ୍ତି। କିନ୍ତୁ ମେରି ତାଙ୍କ ପିତାଙ୍କ ସହ ବିବାହ ପରେ ହୋଇଥିବା ପାରମ୍ପରୀକ ଡ୍ୟାନ୍ସ କରିବା ପାଇଁ ନିର୍ଣ୍ଣୟ ନେଇଥିଲେ। ଏଣୁ ସେ ତାଙ୍କୁ ଅଟକାଇ ନଥିବା ବେଳେ ତାଙ୍କ ସହ ପାରମ୍ପରିକ ଡ୍ୟାନ୍ସର ଅଭ୍ୟାସ ଆରମ୍ଭ କରିଥିଲେ। ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି।
ମେରି ପିତାଙ୍କ ସହ ଡ୍ୟାନ୍ସ ବିଷୟରେ କହିଛନ୍ତି, ମୁଁ ଆଉ ପିତା ମିଶି ଡ୍ୟାନ୍ସର ନିର୍ଣ୍ଣୟ ନେଇଥିଲୁ। ମୁଁ ବିବାହର ପାରମ୍ପରୀକ ଡ୍ୟାନ୍ସ ସମୟରେ ଆଇ ହୋପ ୟୁ ଡ୍ୟାନ୍ସ ଗୀତରେ ତାଙ୍କ ସହ ନାଚିବା ନେଇ ନିର୍ଣ୍ଣୟ ନେଇଥିଲି। ଏନେଇ ସେ ପିତାଙ୍କୁ ହ୍ବିଲଚ୍ୟାୟାରରେ ବସାଇ ବୁଲାଉଥିବାର ଦେଖିବାକୁ ମିଳିଛି। ମେରିଙ୍କ ପିତା ଝିଅର ଏହି ପ୍ରୟାସ ପାଇଁ ଖୁସି ହୋଇଥିବା ବେଳେ ସେ ମତେ ବହୁତ ଭଲ ପାଏ ବୋଲି କହିଛନ୍ତି।