Below header

ଏହି ୬ କାରଣ ପାଇଁ ଆଲୋକ ବର୍ମାଙ୍କୁ ହରାଇବାକୁ ପଡିଲା ସିବିଆଇ ନିର୍ଦ୍ଦେଶକ ଚୌକି !

ଉଚ୍ଚତମ ନ୍ୟାୟାଳୟ ଦ୍ବାରା ଅବସ୍ଥାପିତ ହେବାର ମାତ୍ର ୨ ଦିନ ପରେ ଆଲୋକ ବର୍ମାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାର ଏକ ଉଚ୍ଚଧିକାର ପ୍ରାପ୍ତ ଚୟନ ସମିତି ଗୁରୁବାର ଦିନ ଏକ ମାରାଥନ ବୈଠକ ପରେ ଏକ ଅଦ୍ଭୁତପୂର୍ଣ୍ଣ ତଥ୍ୟ ଉପରେ ଭ୍ରଷ୍ଟାଚାର ଏବଂ କର୍ତ୍ତବ୍ୟ ନିର୍ବହନ କରିବାରେ ଦାୟିତ୍ବହୀନତାର ଆରୋପରେ ସିବିଆଇ ନିର୍ଦ୍ଧେଶକ ପଦରୁ ହଟାଇ ଦିଆଯାଇଥିଲା। ସିବିଆଇର ୫୫ ବର୍ଷ ଇତିହାସରେ ଏହି ପ୍ରକାର କାର‌୍ୟ୍ୟାନୁଷ୍ଠାନର ସାମ୍ନା କରିଥିବା ଯାଞ୍ଚ ଏଜେନ୍ସୀଙ୍କର ଏହା ପ୍ରଥମ ଘଟଣା ଅଟେ। ୬ଟି ଅଭିଯୋଗ କାରଣରୁ ଆଲୋକ ବର୍ମାଙ୍କୁ ହଟା ଯାଇଥିଲା।

ଏହା ହେଉଛି ସେହି ୬ କାରଣ

୧- ମାଂଶ ବ୍ୟବସାୟୀ ମୋଇନ କୁରେସିଙ୍କ ବିରୋଧରେ ଯାଞ୍ଚ ପ୍ରଭାବିତ କରିଥିଲେ। ବ୍ୟବସାୟୀ ସତୀଶ ବାବୁ ସନାଙ୍କୁ ଦୋଷୀ କରିବା ପାଇଁ ମଞ୍ଜୁରୀ ଦେଇନଥିଲେ।

୨- ସିବିସିଙ୍କ ଠାରୁ ୨ କୋଟି ଟଙ୍କା ଳାଞ୍ଚ ନେବା ପାଇଁ ମଧ୍ୟ ଅଭିଯୋଗ ମିଳିଥିଲା।

୩- ଦ୍ବାରା ଧରାପଡିଥିବା ଏକ ଫୋନ କଲରେ ଲାଞ୍ଚ ନେବାର ଅଭିଯୋଗ ଥିଲା।

୪- ଗୁରୁଗ୍ରାମରେ ଜମି କିଣିବାରେ ଆଲୋକ ବର୍ମାଙ୍କର ନାମ ଆସିଥିଲା। ଯେଉଁଥିରେ ୩୬ କୋଟି ଟଙ୍କାର ଲେଣଦେଣ ହୋଇଛି।

୫- ଳାଲୁଙ୍କ ସହିତ ଜଡିତ ତିବା ଆଇଆରସିଟିସି ମାମଲାରେ ଜଣେ ଦୋଷୀର ନାମକୁ ଏଫଆଇଆରରେ ସାମିଲ କରିନଥିଲେ।

୬- ଆଲୋକ ବର୍ମା ଦାଗି ଅଫିସରଙ୍କୁ ସିବିଆଇକୁ ଆଣିବା ପାଇଁ ପ୍ରୟାସ କରୁଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.