Below header

ପୁଣି ୩ ଦିନ ରିମାଣ୍ଡରେ ଗୋଲଡେନ୍ ବାବା

ଭୁବନେଶ୍ବର (କେନ୍ୟୁଜ୍) : ପୁଣି ଥରେ ରିମାଣ୍ଡରେ ଯିବେ ଗୋଲଡେନ୍ ବାବା ଓରଫ ଜ୍ୟୋତିରଞ୍ଜନ ବେଉରା। ଅଧିକ ଜେରା ପାଇଁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ତାଙ୍କୁ ରିମାଣ୍ଡରେ ନେଇପାରେ । ଏନେଇ ୩ ଦିନ ପାଇଁ କୋର୍ଟରେ ଆବେଦନ କରାଯିବ। ପୂର୍ବରୁ କମିଶନରେଟ୍ ପୋଲିସ ଗୋଲଡେନ୍ ବାବାଙ୍କୁ ୨ ଦିନିଆ ରିମାଣ୍ଡରେ ନେଇ ମାରାଥନ ଜେରା କରିଥିଲା। ବିଶେଷ କରି ବେଆଇନ ଆର୍ଥିକ କାରବାର ଓ ଠକେଇ କାରବାର ଖୋଳତାଡ଼ କରାଯାଇଥିଲା ।

golden 2

ଅଭିଯୋଗ ଅନୁସାରେ, କେନ୍ଦୁଝର ବଡବିଲର ଜଣେ ବ୍ୟବସାୟୀଙ୍କୁ ୧୧୦ କୋଟିର ଫାଇନାନ୍ସ କରାଇ ଦେବାକୁ କହି ଏକ ନିର୍ଦ୍ଦିଷ୍ଟ ବ୍ୟାଙ୍କର ଚେକ୍ ପ୍ରଦାନ କରିଥିଲେ ଗୋଲଡେନ୍ ବାବା । ପରେ ଚେକଟି ଜାଲିଆତି ଜଣାପଡିବା ପରେ ତାକୁ ଗିରଫ କରାଯାଇଥିଲା । ତା ନାଁରେ ୭ରୁ ଅଧିକ ଠକେଇ ମାମଲା ଚନ୍ଦ୍ରଶେଖରପୁର ଥାନାରେ ରୁଜୁ ହୋଇଛି । ଗିରଫ ହୋଇ ଗୋଲଡେନ୍ ବାବା ଏବେ ଝାରପଡ଼ା ଜେଲରେ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.